
-
କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ
ଗଞ୍ଜାମ, ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ସେକ୍ସନ -୧ ର କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ଦିଗପହଣ୍ଡି ସ୍ଥିତ କାର୍ଯ୍ୟାଳୟ, ବ୍ରହ୍ମପୁର ଶକ୍ତିନଗର ସ୍ଥିତ ବାସଭବନ, ବ୍ରହ୍ମପୁର ଲୋଚାପଡା ସ୍ଥିତ ବାସଭବନ, ପୋଲସରା ବ୍ଲକର ଚିରିକିପଡ଼ା ସ୍ଥିତ ତାଙ୍କ ଭାଇଙ୍କ ବାସଭବନରେ ଆଜି ଏକକାଳୀନ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି ।
ଏହି ଚଢ଼ଉରେ ଦୁଇ ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟର ସାମିଲ୍ ହୋଇଛନ୍ତି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।