
-
ଓ. ଜେ. ୟୁ ର ନୂଆକମିଟି କୁ ସ୍ୱାଗତ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଓଡିଶା ସାମ୍ବାଦିକ ସଙ୍ଘ (ଓ. ଜେ. ୟୁ ) ପକ୍ଷ ରୁ ଆଜୀବନ ପେନସନ ପାଉଥିବା ସୁବର୍ଣ୍ଣପୁର ର ବରିଷ୍ଟ ସାମ୍ବାଦିକ ବିନୟ ରଞ୍ଜନ ପ୍ରଧାନ ହୃଦଜନିତ ରୋଗ ରେ ପୀଡିତ ହୋଇ ଏବେ ବୁର୍ଲା ଭୀମସାର ମେଡିକାଲ ରେ ଚିକିତ୍ସା ହେଉଛନ୍ତି | ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମୁଖରେ ପୁରୀ ଓ ଜେ ୟୁ ଶାଖା ପକ୍ଷରୁ ଦୀପଦାନ କରାଯାଇଛି | ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଶୀଘ୍ର ସୁସ୍ଥ କରିବା ପାଇଁ ପ୍ରାର୍ଥନା କରାଯାଇଛି | ଏହାସହ ରାଜ୍ୟ ସଙ୍ଘ ର ନୂତନ ସଭାପତି ଶଶୀଭୁଷଣ ପ୍ରହରାଜ, ସାଧାରଣ ସମ୍ପାଦକ ଶ୍ରୀନିବାସ ରାଓ ଓ ସମସ୍ତ ପଦାଧିକାରୀ ମାନଙ୍କୁ ସ୍ୱାଗତ ସହ ନୂଆବର୍ଷ ରେ ନୂଆ କମିଟି ସାମ୍ବାଦିକ ମାନଙ୍କ ପାଇଁ ଲଢେଇ ଜାରି ରଖୁ ବୋଲି ଶାଖା ପକ୍ଷରୁ ନିବେଦନ କରାଯାଇଛି | ଜିଲ୍ଲା ସଭାପତି ବିଜୟ ମିଶ୍ର ଙ୍କ ନେତୃତ୍ୱ ରେ ସମ୍ପାଦକ ସୁଧାଂଶୁ ଶେଖର କର, କାର୍ଯ୍ୟକାରୀ ସଭାପତି ଅକ୍ଷୟ ସ୍ୱାଇଁ, ଉପସଭାପତି ବିଶ୍ୱନାଥ ମିଶ୍ର,ସଂଗଠନ ସମ୍ପାଦକ ନିରଞ୍ଜନ ମିଶ୍ର, ସାହସମ୍ପାଦକ ଦେବେନ୍ଦ୍ର କୁମାର ନନ୍ଦ(ରୁବି ), ସୁଶାନ୍ତ କୁମାର ସାହୁ ଓ ସଞ୍ଜୟ ଅଗ୍ରୱାଲ, କୋଷାଧକ୍ଷ ସାଗର ମଦନ ମୋହନ ପ୍ରତିହାରୀ, କାର୍ଯ୍ୟକାରୀ ସଦସ୍ୟ ସତ୍ୟନାରାୟଣ ପଟ୍ଟନାୟକ, ଦିବ୍ୟରଞ୍ଜନ ବିଶୋଇ, ଅନିମେଶ ପଟ୍ଟନାୟକ, ପ୍ରଦୀପ ପ୍ରଧାନ ଓ ଅନ୍ୟମାନେ ଯୋଗ ଦେଇଛନ୍ତି |