ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ହିମାଚଳ ପ୍ରଦେଶର ମଣ୍ଡି ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ରେଣୁକା ଜୀ ବନ୍ଧ ପରିଯୋଜନା ସହିତ ୧୧,୫୬୦ କୋଟି ଟଙ୍କାର ପନବିଜଲୀ ପରିଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶ ଗ୍ଲୋବାଲ ଇନ୍ଭେଷ୍ଟର୍ସ ମିଟ୍ର ଦ୍ୱିତୀୟ ଗ୍ରାଉଣ୍ଡ ବ୍ରେକିଂ ସମାରୋହର ମଧ୍ୟ ଅଧ୍ୟକ୍ଷତା କରିବେ ।
ପ୍ରଧାନମନ୍ତ୍ରୀ ମୋଦୀ ୨୭ ଡିସେମ୍ବର ଦିନ ୧୧.୩୦ରେ ହିମାଚଳ ପ୍ରଦେଶ ଗ୍ଲୋବାଲ ଇନ୍ଭେଷ୍ଟର୍ସ ମିଟ୍ର ଦ୍ୱିତୀୟ ଗ୍ରାଉଣ୍ଡ ବ୍ରେକିଂ ସମାରୋହର ଅଧ୍ୟକ୍ଷତା କରିବେ । ଏହି ବୈଠକରେ ପାଖାପାଖି ୨୮,୦୦୦ କୋଟିର ପରିଯୋଜନାର ଆରମ୍ଭ ସହିତ ଅଂଚଳରେ ନିବେଶର ବୃଦ୍ଧି ହେବାର ଆଶା କରାଯାଉଛି ।