ଭୁବନେଶ୍ୱର, ରାଜ୍ୟରେ ୧୫ ବର୍ଷରୁ ୧୮ବର୍ଷ ବୟସ୍କ ୨୫ ଲକ୍ଷ ୫୩ ହଜାର ପିଲା ଅଛନ୍ତି । ତେଣୁ ୧୫ ବର୍ଷରୁ ୧୮ବର୍ଷ ବୟସ୍କ ୨୫ ଲକ୍ଷରୁ ଅଧିକ ପିଲାଙ୍କୁ କୋଭିଡ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେମାନଙ୍କୁ ଜାନୁଆରି ୩ ତାରିଖରୁ ଟିକା ଦିଆଯିବ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, ଏହାଛଡ଼ା ୬୦ ବର୍ଷ ବୟସରୁ ଅଧିକ ୫୨ ଲକ୍ଷ ୩୭ ହଜାର ଲୋକ ଅଛନ୍ତି । ସେମାନଙ୍କ ଭିତରୁ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତି ନିଜ ଡାକ୍ତରଙ୍କ ସହ ପରାମର୍ଶ କରି ଟିକା ନେବେ । ରାଜ୍ୟରେ ୭ ଲକ୍ଷ ୫ ହଜାର ସ୍ୱାସ୍ଥ୍ୟକର୍ମୀ ଦୁଇଟି ଡୋଜ ନେଇଛନ୍ତି । ସେମାନଙ୍କୁ ଜାନୁଆରି ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଯିବ । ଟିକାକରଣ ପାଇଁ ରାଜ୍ୟରେ ୨୬୦୦ ସହ ଷ୍ଟେସନ କାର୍ଯ୍ୟକାରୀ ଥବା ସେ କହିଛନ୍ତିା