
ଗଞ୍ଜାମ, ଏଯାଏଁ ଖୋଲିନି ଧାନମଣ୍ଡି, ଫଳରେ ଚିନ୍ତାରେ ପଡିଛନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଂଚଳର ଚାଷୀ । ଅଦିନିଆ ବର୍ଷାରେ ଚାଷୀର ବ୍ୟାପକ ଧାନ ଫସଲକ୍ଷତିଘଟିଛି । ଯାହାକିଛି ପାଣିରୁ ସାଉଁଟି ଆଣି ସୁଖାଇ ମଳି ଅମଳ କରି ବସ୍ତାବାନ୍ଧି ରଖିଛି ମଣ୍ଡିକୁ ଦେବାକୁ, କିନ୍ତୁ ଶେରଗଡ଼ ବ୍ଲକର କୌଣସି ପଂଚାୟତ କିମ୍ବା ଗ୍ରାମରେ ଏଯାଏଁ ମଣ୍ଡି ଖୋଲାଯାଇନାହିଁ ।ଏଣେ ଚାଷୀର ସାଇତା ଧାନକୁ ମୂଷା, କୀଟପତଙ୍ଗ ଆଦି ବ୍ୟାପକ କ୍ଷତି କରୁଥିବା ଜଣାପଡିଛି ।
ଅନ୍ୟପକ୍ଷରେ ବାହାରର ଓ ଆନ୍ଧ୍ର ଧାନବବେପାରୀମାନେ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣି ନେଉଛନ୍ତି । ଏହି ଅଂଚଳରେ ତୁରନ୍ତ ସରକାରଙ୍କ ପକ୍ଷରୁ ଧାନମଣ୍ଡି ଖୋଲି ଚାଷୀ ସମସ୍ତ ଧାନ କିଣିବାକୁ ଦାବିହେଉଛି ।