
ଭୁବନେଶ୍ୱର, ଓଡ଼ିଶାର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ଆଇସୋଲେସନ୍ ରେ ଥିବା ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ହୋ ମେଡିକାଲ ରୁ ଡିସଚାର୍ଜ ହୋଇଛନ୍ତି । ୧୪ ଦିନ ର ଚିକିତ୍ସା ପରେ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ୨୪ ଘଂଟା ମଧ୍ୟରେ ତାଙ୍କ ରିପୋର୍ଟ ଦୁଇ ଥର ନେଗେଟିଭ୍ ଆସିଛି । ହସ୍ପିଟାଲରୁ ଡିସଚାର୍ଜ ହେଲେ ବି ୭ ଦିନ ଧରି ସଂପୃକ୍ତ ବ୍ୟକ୍ତି ଆଇସୋଲେସନରେ ରହିବେ ।ଯୁବକ ଜଣକ ନାଇଜେରିଆରୁ ଫେରିଥିଲେ । ଜିନମ୍ ସିକ୍ୱେନସିଂ ପରେ ସେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।