ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା ଜିଲ୍ଲା ଯୋଜନା ଅଧିକାରୀ ଡ଼ଃ. ନମିତା ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ବାଣିଜ୍ୟ ବଭାଗ ମୁଖ୍ୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ, ଅର୍ଥ ଶାସ୍ତ୍ର ବିଭାଗ ମୁଖ୍ୟ ଲିଙ୍ଗରାଜ ମିଶ୍ର, ଇଂରାଜୀ ବିଭାଗ ମୁଖ୍ୟ ଉମେଶ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ତାମିଲନାଡୁ ରାଜ୍ୟ କୋଏମ୍ବାଟୁର ଠାରେ ଅନୁଷ୍ଠିତ ଜାତୀୟ ଏକତା ଶିବିରରେ ଯୋଗଦେଇ ଫେରିଥିବା ମାଲକାନଗିରି ମହାବିଦ୍ୟାଳୟର ଛାତ୍ର ଶୁଭ ବିଶ୍ୱାସ, ଛାତ୍ରୀ ମାଧବୀ ମଣ୍ଡଳ ଓ ରେଣୁ ସାଲବମଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଜାତୀୟ ଏକତା ଶିବିରରୁ ଫେରିଥିବା ୩ ଜଣ ବିଦ୍ୟାର୍ଥୀ ସେମାନଙ୍କର ଅଭିଜ୍ଞତାକୁ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ ।
ଏହି ସଭାରେ ୫୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ରାଜନୀତି ବିଭାଗ ଅଧ୍ୟାପକ ପ୍ରମେୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।