ବଲାଙ୍ଗିର, ଗତ କରୋନା କାଳରେ ଆଗୁଆ ସଂଗ୍ରାମି ଯୋଦ୍ଧା ହୋଇ ବାହାରୁ ଆସୁଥିବା ଦାଦନ ମାନଙ୍କର କଥା ବୁଝା ବୁଝି ଯିଏ କରୁଥିଲେ ଶେଷରେ ସେ ଦାଦନ ହୋଇ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି । ଦେଓଗାଁ ବ୍ଲକରେ ଉପ ଅଧ୍ୟକ୍ଷ ଥିବା ରାଜୁ ବାଗ୍ ଗତ କରୋନାର ପ୍ରଥମ ଲହରରେ ହୋଇଥିବା ବିଭିନ୍ନ କେନ୍ଦ୍ରରେ କାମ ଦେଖୁ ଥିଲେ । ଏଠାରେ ରାଜ୍ୟ ବାହାରୁ ଫେରୁଥିବା ଦାଦନ ଶ୍ରମିକ ମାନଙ୍କୁ ପରିବାର ସହ ମିଶିବା ଆଗରୁ ରଖା ଯାଉଥିଲା । ଏବେ ସେ ନିଜର ପେଟ ପୋଷିବ ପାଇଁ ରାଜ୍ୟ ବାହାରେ କୋଏମ୍ବାଟୁର୍ ରେ ଗୋଟିଏ କାରଖାନାରେ ରହି କାମ କରୁଥିବା ଖବର ମିଳିଛି । ସରକାରଙ୍କ ବିଭିନ୍ନ ଯୋଜନା କାମ କରୁଥିଲେ ମଧ୍ୟ ଜିଲ୍ଲାରୁ କାମ ପାଇଁ ପ୍ରତ୍ୟେହ ହଜାର ହଜାର ପରିବାର ବାହାର ରାଜ୍ୟକୁ ଯିବା ସରକାରୀ ଯୋଜନାର ସଫଳତା ଉପରେ ପ୍ରଶ୍ନ ଉଠାଇଛି ।