ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ମିଶନରେ ଚିକିତ୍ସିତ ହେଉଥିବା ପଲ୍ଲବୀ ପ୍ରରାଭୋଇ ଚିନ୍ଦାଗୁଡା ଗ୍ରାମର ନିବାସୀ । ତାଙ୍କ ଏକ ସନ୍ତାନ ଜନ୍ମ ହୋଇଅଛି । ତାଙ୍କ ରକ୍ତହୀନତା କାରଣରୁ ମିଶନରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ରକ୍ତ ଏବି- ପଜିଟିଭ୍ ଆବଶ୍ୟକ ଥିବାବେଳେ ଖଡ଼ିଆଳ ନିବାସୀ ସୁରଜ ସିଂଘଲ ଏବି ପଜିଟିଭ ରକ୍ତ ଏକ ପଏଣ୍ଟ ଦେଇଥିଲେ । ପରେ ସେହି ମହିଳାଙ୍କୁ ସତ୍ୟମ ଅଗ୍ରୱାଲ ଏକ ପଏଣ୍ଟ ଏବଂ ଦୁମେରବାହାଲ ଗ୍ରାମର ଦେବେନ୍ଦ୍ର ଘିବେଲା ଏକ ପଏଣ୍ଟ ରକ୍ତଦାନ କରିଛନ୍ତି । ରକ୍ତଦାନ କରି ମହାନୀୟତା ଦେଖାଇଥିବା କାରଣରୁ ଏହି ସ୍ବେଚ୍ଛାସେବୀ ମାନଙ୍କୁ ବିଭିନ୍ନ ମହଲରୁ ମିଳିଛି ପ୍ରଶଂସା । ଖଡ଼ିଆଳ ମାଟିରେ ଦାୟାଦ ମାନେ ଆଵଶ୍ୟକ ଥିବା ବ୍ୟକ୍ତିଙ୍କୁ ଖୋଲା ହୃଦୟରେ ସହାୟତାର ହାତ ବଢ଼ାଇ ଏକ ଉଦାହରଣ ପାଲଟିଛନ୍ତି । ଅଗାମି ଦିନରେ ତାଙ୍କୁ ଆହୁରି ରକ୍ତ ଆବଶ୍ୟକ ଥିବାରୁ ଇଚ୍ଛୁକ ବ୍ୟକ୍ତି ରକ୍ତଦାନ ପାଇଁ ପଲ୍ଲବୀଙ୍କ ସ୍ବାମୀ ଅନୁରୋଧ କରିଛନ୍ତି ।