ଭୁବନେଶ୍ୱର, ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାକୁ ନେଇ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ପିସିସିଏଫଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରେଳ ଦୁର୍ଘଟଣା ନେଇ ଆଲୋଚନା କରାଯାଇଛି । ଏନେଇ ପିସିସିଏଫ୍ ଶଶି ପଲ୍ କହିଛନ୍ତି, ଆସନ୍ତା ୩୦ ତାରିଖରେ ସିସିଏଫ ଓ ରେଳ ବିଭାଗର ଅଧିକାରୀ ଏହି ମାମଲାର ତଦନ୍ତ କରିବେ । କେଂଟ୍ରାଲ ରୁମର ସ୍ଥିତି ଅନୁଧ୍ୟାନ କରାଯିବ । ଘଟଣାର ତଦନ୍ତ ନେଇ ତାଙ୍କୁ ରିପୋର୍ଟ ଦେବେ ସିସିଏଫ ।
ଖବର ଅନୁଯାୟୀ ହାତୀକୁ ଦେଖିଲା ପରେ ଏମରଜେନ୍ସି ବ୍ରେକ୍ ମାରିଥିଲେ ଲୋକୋ ପାଇଲଟ୍ । ହାତୀର ଗତିବିଧି ନେଇ ରେଳ ବିଭାଗ ପାଖରେ ଖବର ଥିଲା । ଉଚିତ ପଦକ୍ଷେପ ନିଆଯାଇଥିବା ରେଳବାଇ ଅଧିକାରୀମାନେ କହିଛନ୍ତି । ହାତୀକୁ ସୁରକ୍ଷା ଦେବା ପାଇଁ ନୂଆ ବ୍ୟବସ୍ଥା କରାଯିବ ବୋଲି ବି ସେ କହିଛନ୍ତି ।