ଜଟଣୀ – ଜଟଣୀ ବ୍ଲକ ଏବିଡିଓ ଜୟସୂର୍ଯ୍ୟ ରଥ ଚାକିରୀରୁ ଅବସର ନେବା ପରେ ଆଜି ଅବସର କାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜଟଣୀ ପଚାଂୟତ ସମିତି କାର୍ଯ୍ୟାଳୟ ରାଜୀବଗାନ୍ଧୀ ସଭାଗୃହ ଠାରେ ପଚାଂୟତ ସମିତି ଅଧ୍ୟକ୍ଷା ବନଜା ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଡିଓ ବାସୁଦେବ ମାହାରୀ ଯୋଗ ଦେଇ ଏବିଡିଓ ଶ୍ରୀ ରଥଙ୍କ ନିର୍ଭିକ କାର୍ଯ୍ୟ କଳାପକୁ ନେଇ ଉଚ ପ୍ରଶଂସା କରିଥିଲେ । ଶ୍ରୀ ରଥ ଜଣେ ସମୟାନୁବର୍ତିିତା ବ୍ୟକ୍ତି ହିସାବରେ କାର୍ଯ୍ୟ କରି ପ୍ରସଂଶାର ପାତ୍ର ହୋଇଥିଲେ । ୧୯୮୭ ମସିହାରେ ପ୍ରଥମେ ବାଲିକୁଦା ବ୍ଲକରୁ ଏବିଡିଓ ଭାବେ ଚାକିରୀ ଜୀବନ ଆରମ୍ଭ କରି ୧୯୯୭ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଭୂବନେଶ୍ୱର ବ୍ଲକରେ ଏବଂ ୨୦୧୪ ରୁ ୨୦୧୯ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବା ସହ ୨୦୧୭ ମସିହା ଅକ୍ଟୋବର ମାସରୁ ୨୦୧୮ ଅଗଷ୍ଟ ମାସ ପର୍ଯ୍ୟନ୍ତ ଜଟଣୀ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଯେଉଁ ବ୍ଲକରେ ଯୋଗ ଦିଅନ୍ତି, ସେଠାରେ ବ୍ଲକ କର୍ମଚାରୀ ଓ ଜିଲାପାଳ ମଧ୍ୟ ପ୍ରସଂଶା କରିଥାନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆପାତକାଳିନ ସମୟରେ ଲୋକ ମାନଙ୍କୁ ସେବା ଯୋଗାଇବା ପାଇଁ କାର୍ଯ୍ୟାଳୟରେ ରାତ୍ରୀ ଯାପନ କରି ପଚାଂୟତରେ ଗାଁ କୁ ଗାଁ ବୁଲି ସହାୟତା କରୁଥିବା ଆଲୋଚନା ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପୁର୍ବତନ ଅଧ୍ୟକ୍ଷ ଦୀପକ ଜେନା, ସହାୟକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିନୋଦ ମହାପାତ୍ର, ସ୍ୱାଗତିକା ମିଶ୍ର, ଯୋଗାଣ ଅଧିକାରୀ ପୃଥୀରାଜ ପ୍ରଧାନ, ଜିପିଓ ଅପରାଜିତା ସ୍ୱାଇଁ, ସରପଚଂ ସୁକାନ୍ତ ପରିଡା, ସମିତି ସଭ୍ୟ ଉପେନ୍ଦ୍ର ପ୍ରଧାନ, ହରମୋହନ ରାଉତରାୟ, ବାସୁଦେବ ଶତପଥୀ, ରାମ ନାରାୟଣ ମଲିକଙ୍କ ସହିତ ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ ।
Related Stories
November 23, 2024