
ଭୁବନେଶ୍ୱର, ଅନ୍ୟ ରାଜ୍ୟ ତୁଳନାରେ ବର୍ତମାନ ଓଡ଼ିଶାର ସ୍ଥିତି ଭଲ ଅଛି । ତେଣୁ ବର୍ତମାନ ପାଇଁ ରାଜ୍ୟରେ ନାଇଟ୍ କର୍ଫ୍ୟୁ କି ଲକଡାଉନ ଭଳି କଟକଣାର କିଛି ଆବଶ୍ୟକତା ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେସନ ଆବଶ୍ୟକ ପଡ଼ିପାରେ, ସେହିପରି ରାଜ୍ୟରେ ସଂକ୍ରମଣ ବଢ଼ିଲେ ଲକଡାଉନ ଭଳି ନିୟମର ଆବଶ୍ୟକ ପଡ଼ିପାରେ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଦେଶରେ ଏବେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବିଦେଶରୁ ରାଜ୍ୟକୁ ଫେରିଥିବା ୧୮ ଜଣଙ୍କ କରୋନା ପଜିଟିଭ ବାହାରିଥିଲା । ସେମାନଙ୍କ ମଧ୍ୟରେ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମର ଜଣେ ୯ବର୍ଷର ଶିଶୁ ଥିବା ଜଣାପଡ଼ିଥିଲା । ସେ ନାଇଜେରିଆରୁ ଫେରି ଓମିକ୍ରନ ଆକ୍ରାନ୍ତ ହୋଇଥିଲେ । ଏବେ ସେ ସୁସ୍ଥ ହୋଇ ଫେରିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।