କନ୍ଧମାଳ ,କନ୍ଧମାଳରେ ବଡ଼ଦିନ ପାଳନ ବଡଦିନରେ, ଧରା ପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ଖ୍ରୀଷ୍ଠ ଭାଇ ଭଉଣୀଙ୍କ ମନରେ ଖୁସି ଓ ଉଲ୍ଲାସ । ସେଥି ପାଇଁ ଚିକମିକ ଆଲୁଅରେ ଝଲୁସୁଛି ସମସ୍ତ ପାର୍ଥନା ଗୃହ । ରଙ୍ଗବେରଙ୍ଗର ଷ୍ଟାର ସହ ଚିକମିକ ଜରିରେ ଝଲସୁଥିଲା ଗୀର୍ଜା ଗୃହ । ବଡ଼ ଦିନକୁ ଖୁବ ଆଡମ୍ବରରେ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାଲମ୍ବୀ ମାନେ । ପ୍ରତୀକ ସ୍ୱରୂପ ପ୍ରଭୁ ଯୀଶୁ ଜନ୍ମ ନେଇଥିବ ଗୁହାଳ ଘର ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ । କୋଭିଡ କଟକଣାରେ ପାଳନ ହେଉଛି ବଡଦିନ । ସମସ୍ତ ଗୀର୍ଜା ଗୃହ ଗୁଡିକୁ ୫୦ ପତିଶତ ଭକ୍ତରେ ପାଳନ ସହ ମାସ୍କ , ସାନିଟାଇଜ ବ୍ୟବହାର କରିଛନ୍ତି ଶ୍ରଦ୍ଧାଳୁ । ବେଶ ଖୁସି ସହ ଏହି ବଡଦିନକୁ ପାଳନ କରିଛନ୍ତି ଖ୍ରୀଷ୍ଟ ପ୍ରେମୀ । ଘରେ ଘରେ ଚାଲିଛି ପିଠା ପଣା, ନାଚ ଗୀତର ଆସର । ବଡ ଦିନ ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ ପ୍ରଶାସନ । ଜିଲାର ସମସ୍ତ ଛକ ମାନଙ୍କରେ ଗାଡି ତନଖି କରାଯାଉଥିବା ବେଳେ ଜିଲ୍ଲାର ସମସ୍ତ ଚର୍ଚ୍ଚରେ ପୋଲିସକୁ ମୁତୟନ କରାଯାଇଛି। ଜିଲ୍ଲାରେ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ସେହିପରି ୮ ଜଣ ଡ଼ିଏସପି ,୧୨ ଜଣ ଇନ୍ସପେକ୍ଟର , ୨ ଡେପୁଟି କମାଣ୍ଡେଣ୍ଟ ନିଯୁକ୍ତି ହୋଇଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ।