
କଣାସ, ସମ୍ପ୍ରତି ସାରା ରାଜ୍ୟର ଶୀତ ଲହରି ଜାରୀ ରହିଥିବା ବେଳେ ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ବିଦେଶୀ ପକ୍ଷୀ ଏସିଆ ମହାଦେଶର ସର୍ବବୃହତମ ହ୍ରଦ ଲିଳାମ୍ବୁ ଚିଲିକାକୁ ଆଗମନ କରିଛନ୍ତି । ଚଳିତ ବର୍ଷ ମଧ୍ୟ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିବା ବେଳେ ଚିଲିକାର ଅଭୟାରଣ୍ୟ ଭାବେ ପରିଚିତ ନଳବଣରେ ଖାଦ୍ୟ ଅଭାବଯୋଗୁଁ ପକ୍ଷୀମାନେ ଉତରନାଶି ତଥା ଦୟା ଓ ମକରାନଦୀର ମୁହାଣରେ ଜମାହୋଇଥିବା କଲିକତିଦଳ, କଇଁଫୁଲ କେଶର ଓ ପୋକଜୋକ ଖାଇବା ପାଇଁ ଆସି ରୁଣ୍ଡ ହୋଇଛନ୍ତି । କିଛିଦିନ ତଳେ ଲଗାତାର ବର୍ଷାରେ ପାଚିଲା ଧାନଗଛ ଜମିରେ ପଡିଯାଇଥିବାରୁ ପକ୍ଷୀମାନେ ଧାନ ଓ ପୋକଜୋକ ଖାଇବାପାଇଁ ଧାନଜମିରେ ଦଳ ଦଳ ହୋଇ ବସି ରହୁଛନ୍ତି । ଆଜି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମପଚାଂୟତର ନୂଆପଡା ମୌଜାର ଧାନଜମିରେ ଶହଶହ ବିଦେଶୀ ପକ୍ଷୀ ବିଚରଣ କରୁଥିବା ଦେଖିବାକୁ ମିଳିଛି ।