-
ବିଜେପିର ୧୦ ଗୋଟି ପ୍ରଶ୍ନ
ନୂଆପଡ଼ା, ଭାରତୀୟ ଜନତା ପାର୍ଟି ପକ୍ଷରୁ ଖଡ଼ିଆଳ ସ୍ଥିତ ଶ୍ରୀଜି ମଣ୍ଡପ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରଙ୍କ ଠାରେ ୧୦ ଗୋଟି ପ୍ରଶ୍ନ ରଖିଛି ବିଜେପି । ବିଜୁପକ୍କା ଘର ୨୬,୯୫୮୩୬ ଗୋଟି ଓଡିଶାରେ ପ୍ରଦାନ କରିଛନ୍ତି । ଆବାସ ପ୍ଲସ ସାଇଟରେ କେନ୍ଦ୍ର ସରକାର ୬ ଥର ସମୟ ସୀମା ବୃଦ୍ଧି କରିଥିଲେ ମଧ୍ୟ ଓଡ଼ିଶାର ଲୋକ ବଞ୍ଚିତ ହୋଇଛନ୍ତି । ମୋଦି ସରକାର ନିଜର ସେୟାର ଦେଉଥିବା ବେଳେ ରାଜ୍ୟ ସରକାର ନିଜ ସେୟାର ଦେଉନଥିବା ଅଭିଯୋଗ କରିଛି ବିଜେପି । ଆବାସ ଗୃହରେ ୧୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛି । ଆବାସ ଗୃହରେ ହାତ ଗୁଞ୍ଜା, ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ କରିଛନ୍ତି । ବିଜୁପକ୍କା ଘର ହିତାଧିକାରୀଙ୍କ ତାଲିକା ସାର୍ଵଜନିନ କରିବାକୁ ଦାବୀ କରିଛନ୍ତି । ଆକାଂକ୍ଷା ଜିଲ୍ଲାରେ ତାଲିକା ଶୂନ କରିଛନ୍ତି । ପାଂଚ ଗୋଟି ଜିଲ୍ଲାରେ ୧ ପ୍ରତିଶତ ଲକ୍ଷ୍ୟ ପୁରଣ କରିନାହାନ୍ତି । ୨୦୧୪ -୨୦୧୯ ସୁଦ୍ଧା ମୁଣ୍ଡରେ ପକ୍କା ଘର, ଭୂମିହୀନଙ୍କୁ ଜମି ପ୍ରଦାନ ଲକ୍ଷ୍ୟ ମଧ୍ୟ ପୂରଣ କରି ନଥିବା ବିଷୟ ଉପରେ ୧୦ ଗୋଟି ପ୍ରଶ୍ନ ରଖିଥିଲେ ।
ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର, ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବଦେଵ ସିଂ ଦେଓ, ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ରାତ୍ର ନନ୍ଦ ମନହୀରାଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।