ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କ ସ୍ଵତନ୍ତ୍ର ବୈଠକ କ୍ରମରେ ଶିଶୁ ବିକାଶ ସେବା ପ୍ରକଳ୍ପ ଅନ୍ତର୍ଗତରେ କରାଯାଇ ଥିବା ଛତୁଆ ବଣ୍ଟନ କ୍ରମକୁ ସଂଶୋଧିତ କରିଥିବା ଜଣାଯାଇଛି l ଏହି ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କର୍ମୀଙ୍କୁ ସୂଚନା ପ୍ରଦାନ ପରେ ସାନଖେମୁଣ୍ଡି ପ୍ରକଳ୍ପ ଅଞ୍ଚଳ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ଛତୁଆ। ବଣ୍ଟନ ହୋଇଥିବା ଜଣାଯାଇଛି l ପରିବର୍ତ୍ତିତ ଧାରା ଅନୁଯାୟୀ ମାସର ପହିଲା ତାରିଖରେ ଗର୍ଭବତୀ ଓ ପ୍ରସୂତି ମା, ଜନ୍ମିତ ୬ମାସରୁ ୩ବର୍ଷର ଶିଶୁ ପଞ୍ଜିକୃତ ହିତାଧିକାରୀଙ୍କୁ ବଣ୍ଟନ ବାଧ୍ୟତାମୂଳକ କରାଯାଇଅଛି l ପରନ୍ତୁ ଗ୍ରାମାଞ୍ଚଳ କର୍ମଜୀବୀ ମହିଳା ଙ୍କ ଅଭ୍ୟାସ ଗତ କାରଣ କୁ ନେଇ ଗୋଟିଏ ଦିନରେ ବଣ୍ଟନ ସରୁ ନଥିବାରୁ ପ୍ରଶାସନିକ ସ୍ତରରେ ଏହାକୁ ନେଇ ବିତର୍କ ହୋଇଥିବା ଜଣାଯାଇଅଛି l ଏହି କ୍ରମରେ ଆଜି ମହାନଳା ସ୍ଥିତ ପ୍ରକଳ୍ପ ମୁଖ୍ୟାଳୟ ପାର୍ଶ୍ୱରେ ଥିବା ମହାନଳା 1 ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ମାସିକ ଛତୁଆ ବଣ୍ଟନ ବ୍ୟବସ୍ଥା ସେକ୍ଟର ର ସୁପ୍ରର୍ବାଇଜର ଅନିତା ପ୍ରଧାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିବା ସହିତ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଉଦ୍ଧିଷ୍ଟ ଯୋଜନା ଅନୁଯାୟୀ ଛତୁଆ ,ସୁଜି, ସୋୟବିନ,ବାଦାମ ଲଡୁ, ଏବଂ ଖାଇବା ତେଲ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମକୁ କେନ୍ଦ୍ର କର୍ମୀ ବନିତା କୁମାରୀ ରଥ ପରିଚାଳନା କରିବା ସହିତ ସହାୟିକା ଗୀତାଞ୍ଜଳୀ ମହାରଣା ସହଯୋଗ କରିଥିଲେ l
ରିପୋର୍ଟ୍- ପ୍ରଫୁଲ୍ଲ ସାବତ