
-
ରାଜ୍ୟରେ ସୁନ୍ଦରଗଡ ସବୁଠାରୁ ଥଣ୍ଡା ସହର
-
ଓଡ଼ିଶାର ୪ ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ରୁ ତଳେ
ଭୁବନେଶ୍ୱର, ଗତ ରାତ୍ରରେ ଓଡ଼ିଶାର ୪ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି କିମ୍ବା ତା ଠାରୁ ତଳେ ରହିଥିଲା । ରାଜାରେ ସୁନ୍ଦରଗଡ ସବୁଠୁ ଥଣ୍ଡା ସହର ଥିଲା ଓ ଏଠାକାର ତାପମାତ୍ରା ୮ ଡିଗ୍ରୀ ସେଲସିଲସ ରହିିଥିଲା । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କଟକରେ ୧୩.୫ ଓ ଭୁବନେଶ୍ୱରରେ ୧୪.୬ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରା ଯାଇଥିବା ନେଇ ସୂଚନା ଦିଆ ଯାଇଛି ।
ମିଳିଥିବା ସୂଚନା ଅନୁସାରେ ୧୦ ଡିଗ୍ରୀରୁ ତଳେ ତାପମାତ୍ରା ରେକର୍ଡ କରା ଯାଇଥିବା ସ୍ଥାନ ଗୁଡିକ ମଧ୍ୟରେ ସୁନ୍ଦରଗଡ଼ ୮.୦, ଦାରିଙ୍ଗବାଡ଼ି ୮.୫, ଫୁଲବାଣୀ ୮.୫, ଟିଟଲାଗଡ଼ ୮.୮ ଡିଗ୍ରୀ ରେକର୍ଡ କରା ଯାଇଛି ।