
ମାଲକାନଗିରି, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଗ୍ରାମପଞ୍ଚାୟତ ଠାରେ ଆଜି ବିଜୁ ଜନତା ଦଳ ପକ୍ଷରୁ କୋରୁକୋଣ୍ଡା ବ୍ଲକର ୨ ଟି ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଥିବା ୧୨ ଟି ପଞ୍ଚାୟତର ସଭାପତି ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ୍ ହୋଇଥିବା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
ଏହି ବୈଠକରେ ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ଜୋନ୍ ସଂଯୋଜକ ତଥା ଜ଼ିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ଜ଼ିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଜ଼ିଲ୍ଲା ସାଂଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ସାଂସଦ ପ୍ରତିନିଧି ମାଧବ ଖୋସଲା, କୋରୁକୋଣ୍ଡା ବ୍ଲକ ସଭାପତି ସତ୍ୟ ପାଣିଗ୍ରାହୀ, ସରପଞ୍ଚ ବଂଶୀଧର ମୁଦୁଲି, ଜୋନ୍ ୧ ସଭାପତି ଉମାଶଙ୍କର ସାହୁ, ଜୋନ୍ ୨ ସଭାପତି କାର୍ତିକ ଖେମୁଣ୍ଡୁ, ଦିବାକର ସାବତ, ମାଧବ ସାବତ, ଲୋକନାଥ ସାହୁ, ରାଜୁ ମଣ୍ଡଳ, ମାଲକାନଗିରି ଜିଲ୍ଲା ବିଜେଡି ସକ୍ରିୟ କର୍ମୀ କେ.ରାହୁଲ, ସୁରେନ୍ଦ୍ର ବିମଲ, ରବି ରାଜେଶ, ପେଣ୍ଡରା ପ୍ରସାଦ ପଣ୍ଡା, ସତ୍ୟଜିତ ଗୌଡ଼, ଟି. ମୁତ୍ୟାଲୁ, ପି. ସାଗର, ଗୌରବ ସଗରିଆଙ୍କ ସମେତ ୧୨ ଟି ପଞ୍ଚାୟତର ସଭାପତି ମାନେ ଉପସ୍ଥିତି ରହିଥିଲେ । ଜୋନ୍ ଓ ୱାର୍ଡ କମିଟି କିଭଳି ଚାଲିଛି ସେନେଇ ସମୀକ୍ଷା କରିବା ସହ ସଂଗଠନ ଉପରେ ଆଲୋଚନା ହୋଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଭଳି ବହୁଳ ଭୋଟ୍ ରେ ବିଜୟ ଲାଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଓ ଆଗାମୀ ନିର୍ବାଚନରେ କିଭଳି ବିଜୟ ଲାଭ କରିବା ସେନେଇ ବୈଠକରେ ଆଲୋଚନା ହୋଇଥିଲା ।