
ଭୁବନେଶ୍ୱର, ଭୁବନେଶ୍ୱର ସୈନିକସ୍କୁଲ ପରିସରରେ ଡିସେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୭୮ କ୍ୟାଡେଟ୍ ସମ୍ବଳିତ ବାର୍ଷିକ ସମର ଶିକ୍ଷାର୍ଥୀ ପ୍ରଶିକ୍ଷଣ ଶିବିର ସୈନିକସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ୍.ଡୋମିନିକ ରାୟନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।
କ୍ୟାମ୍ପରେ ଯୋଗ ଦେଇଥିବା ସମସ୍ତ କ୍ୟାଡେଟ୍ ମାନଙ୍କୁ ସମାନ ସୁଯୋଗ ଦେବା ଉଦ୍ଦେଶ୍ୟରେ ସେମାନଙ୍କୁ ଛଅ ଭାଗରେ ବିଭକ୍ତ କରାଯାଇଥିଲା । ଶିବିର ସ୍ଥାପନ , ସକାଳ ପି.ଟି.,ଅବଷ୍ଟାକଲ୍ କୋର୍ସ ଅଭ୍ୟାସ ,ଅସ୍ତ୍ରଶିକ୍ଷା ,ଭାବ ଆଦାନ ପ୍ରଦାନ,ନେତୃତ୍ୱ ଦକ୍ଷତା , ବ୍ୟକ୍ତିତ୍ୱ ଅଭିବୃଦ୍ଧି , ଆନ୍ତଃ ପ୍ରତିଯୋଗିତା , ଖେଳକୁଦ , ଡ୍ରିଲ୍ ,ଏବଂ ବନ୍ଧୁକ ଚାଳନା ପ୍ରଭୃତି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଶେଷରେ କ୍ୟାଡେଟ୍ ମାନଙ୍କ ଦ୍ୱାରା ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।ଏଥିରେ ଏନ୍.ସି.ସି. ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କମୋଡର ସୌମେନ ବାନାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଂଟନ କରିଥିଲେ ।
ଏଥିରେ କମାଣ୍ଡର ଉଷାସାଙ୍ଗ୍ଓାନ୍ କ୍ୟାମ୍ପ୍ କମାଣ୍ଡାଂଟ ଏବଂ କ୍ୟାପ୍ଟେନ୍ ବିଘ୍ନେଶ୍ୱର ପ୍ରଧାନ ଡେପୁଟି କ୍ୟାମ୍ପ୍ କମାଣ୍ଡାଂଟ ଭାବେ ସମସ୍ତକାର୍ଯ୍ୟ ପରିଚାଳନା କରିଥିଲେ । ଏ.ଏନ୍.ଓ. ଶ୍ରୀ ଡି.ଗୋଲାନି ଏବଂ ଅନ୍ୟ ଏନ୍.ସି.ସି. ଅଫିସରମାନେ ସହଯୋଗ କରିଥିଲେ ।