
ଭୁବନେଶ୍ୱର, ଗତକାଲି ଏକ ଉଚ୍ଚସ୍ତରୀୟ କ୍ଷମତାପନ୍ନ କମିଟି ଦ୍ୱାରା ରାଜ୍ୟର ୪ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ସର୍ବମୋଟ ୫ କୋଟି ୧୯ ଲକ୍ଷ ୧୭ ହଜାର ଟଙ୍କା ମୂଳଧନ ବିନିଯୋଗ ସବ୍ ସିଡ଼ି ଭାବେ ଅନୁମୋଦନ ସକାଶେ ସୁପାରିଶ କରାଯାଇଛି । ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆହୂତ ଦଶମ ସବ୍କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ୪ଟି ୟୁନିଟ୍ ଖୋର୍ଦ୍ଧା, ବଲାଙ୍ଗୀର, ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର ଥିବା ଦର୍ଶାଯାଇଛି । ଏହି ଚାରୋଟି ୟୁନିଟ୍ ସେମାନଙ୍କ ଉତ୍ପାଦନ ଆରମ୍ଭ କରିସାରିଛନ୍ତି ଏବଂ ଏହି ଚାରୋଟି ମଧ୍ୟରୁ ତିନୋଟି ୟୁନିଟ୍ ମହିଳାମାନଙ୍କ ଦ୍ୱାରା ପରିଚାଳିତ ବୋଲି ଜଣାପଡ଼ିଛି । ସରକାରଙ୍କ ଅନୁମୋଦନ ପରେ ଏହି ଅର୍ଥ ସଂପୃକ୍ତ ୟୁନିଟ୍ ଗୁଡ଼ିକ ପଇଠ କରାଯିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସଚିବ ମନ୍ମଥ କୁମାର ବିଶ୍ୱାଳ, ଯୁଗ୍ମ ସଚିବ ଶ୍ରୀମତୀ ମାନସୀ ମାନ୍ଧାତା ପ୍ରମୁଖ ଉପସ୍ଥିତ ଥିଲେ ।