
ଭୁବନେଶ୍ୱର, ଏଣିକି ପଂଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଜରିଆରେ ତଥ୍ୟ ଦେବେ । ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ କଡ଼ାକଡ଼ି ଲାଗୁ ହେବ । ସେମାନେ ନିଜ ନାଁରେ ଥିବା ଅପରାଧିକ ମାମଲା, ସମ୍ପତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବେ । ତେବେ ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ଦେବେ । ଏନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପୂର୍ବରୁ ସାଂସଦ ଓ ବିଧାୟକମାନେ ସତ୍ୟପାଠ ମାଧ୍ୟମରେ ସେମାନଙ୍କ ସମ୍ପର୍କିତ ତଥ୍ୟ ଦେଉଥିଲେ ।