
ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ର ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ବଡ଼ପଡା ଠାରେ ମାଲକାନଗିରି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ସେତୁ ଯୋଜନାରେ ୬୦ ଜଣ ହିତାଧିକାରୀଙ୍କୁ ମାଛଧରା ଡଙ୍ଗା ବଣ୍ଟନ କରାଯାଇଛି । ପୂର୍ବରୁ ସେତୁ ଯୋଜନାରେ ଚିତ୍ରକୋଣ୍ଡା ଡ୍ୟାମ୍ ରେ ମାଛ ଯାଆଁଳ ଛଡ଼ାଯିବା ସହ ସୋସାଇଟି ମେମ୍ବରଙ୍କୁ ମାଛଧରା ଜାଲ ବଣ୍ଟନ କରାଯାଇଥିଲା । ଏହାପରେ ଆଜି ବଡ଼ପଡା ଠାରେ ହିତାଧିକାରୀଙ୍କୁ ମାଛଧରା ଡଙ୍ଗା ବଣ୍ଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ବିଭାଗୀୟ ଉପନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା, ମାଲକାନଗିରି ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ, ଜିଲ୍ଲା ଉପ ମତ୍ସ୍ୟ ଅଧିକାରୀ ସୁଶାନ୍ତ ଗୌଡ଼, ସ୍ବାଧୀନ ଶେଖର ଆଚାରୀ, ସଂଗ୍ରାମ କେଶରୀ ବିଶ୍ବାଳ, ମଧୁମୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କୈଳାସ ପାତ୍ର ପରିଚାଳନା କରିଥିଲେ ।