କନ୍ଧମାଳ, କନ୍ଧମାଳରେ ଜିଲ୍ଲାର ଅଗ୍ରଣୀ ସଂଗୀତ ଓ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ ନଟରାଜ ଡ୍ୟାନ୍ସ ମ୍ୟୁଜିକ୍ ଏଣ୍ଡ ଆର୍ଟ ଫେଷ୍ଟିଭାଲ ୨୦୨୧ ପାଳିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା. ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ କୁନିକୁନି କଳାକାରଙ୍କ ମାନଙ୍କ ନୃତ୍ୟ ପରିବେଷଣ ଦେଖିବା ସହିତ କନ୍ଧମାଳ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଫୁଲବାଣୀ ଉପଜିଲ୍ଲାପାଳ ସୁରେଶ କୁମାର ପ୍ରଧାନ, ବିଶିଷ୍ଠ ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା, ବି.ଇ.ଓ. ଜଗନ୍ନାଥ ସାହାଣୀ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । ଏହି ଅବସରରେ ନୃତ୍ୟ ଗୁରୁ ସନାତନ ନାୟକ, ଜୟନ୍ତ ଆଚାର୍ଯ୍ୟ, ବିଶ୍ବଜିତ୍ ଦାସ, ବିଶିଷ୍ଟ କଳାକାର ଯୁଦ୍ଧିଷ୍ଟିର ମହାନ୍ତି, ବିଶିଷ୍ଟ ସମାଜସେବୀ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା, ସ୍ବେଛାସେବୀ ଭି. ଲୋକନାଥ ରାଜୁ, କଳାକାର ପ୍ରଫୁଲ କୁମାର ସାହୁ, ଅଭିନେତା ମିହିର ରଞ୍ଜନ ସାହୁ, ବାଲିଗୁଡା ଶାନ୍ତି ମୈତ୍ରୀ ଅନୁଷ୍ଠାନର ସମ୍ପାଦକ ଭଗବାନ ଜେନା, ସ୍ବାତୀ ଅନୁଷ୍ଠାନର ସମ୍ପାଦକ ଇଂ. ହରିଶଙ୍କର ରାଉତ, ସ୍ବେଛାସେବୀ ଅନୁଷ୍ଠାନ ସାହାରାର ସମ୍ପାଦକ ଶୁକାନ୍ତ କୁମାର ନାୟକ, ରାଜକିଶୋର ପାଢୀ, ରାଜ୍ୟ ପ୍ରଶାସନିକ ସେବାରେ ଷଷ୍ଠ ସ୍ଥାନ ଅଧିକାର କରିଥିବା ଫୁଲବାଣୀର କିରଣ କୁମାର ମହାନ୍ତି ପ୍ରମୁଖଙ୍କୁ କାର୍ଯ୍ୟକ୍ରମରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା ।
ନଟରାଜ କଳା ମନ୍ଦିର ଅନୁଷ୍ଠାନର ସଭାପତି ବିନୋଦଚନ୍ଦ୍ର ସାହୁ, ସାମ୍ବାଦିକ ଅଶୋକ କୁମାର ମହାନ୍ତି ଓ ସ୍ବାତୀ ତନ୍ମୟତା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।