ସାନଖେମୁଣ୍ଡି: କଙ୍କୋରଡା ଗ୍ରାମ ପଞ୍ଚାୟତ ପରିସରରେ ଆଜି ସାନଖେମୁଣ୍ଡି ତହସିଲ ଓ ବ୍ଲକ ପକ୍ଷରୁ ମିଳିତ ଭାବେ ଅୟୋଜିତ ହୋଇଅଛି। ତୃଣମୂଳ ସ୍ତରରେ ସରକାରୀ ଯୋଜନାର କାର୍ଯ୍ୟକରିତାକୁ ନେଇ ପ୍ରଶାସନର ପହଞ୍ଚକୁ ଉପସ୍ଥାପିତ କରିବା ନେଇ ପ୍ରଚଳିତ ଯୋଜନାରେ ତହସିଲ ଓ ବ୍ଲକ ସ୍ତରୀୟ ଅଭିଯୋଗ ପଞ୍ଜିକରଣ କରାଯାଇଅଛି। ଏହି କାରଣରୁ ରାଜସ୍ୱ ସର୍କଲ ଅନ୍ତର୍ଗତରେ ହେଉଥିବା ଏହି କାର୍ଯ୍ୟକ୍ରମରେ କଙ୍କୋରଡା ଓ କଉଡ଼ିଆ ଗ୍ରାମର ସାଧାରଣ ହିତାଧିକାରୀ ଯୋଗଦେବା ସହିତ ରାଜସ୍ୱ ବିଭାଗ ଏବଂ ବ୍ଲକ କାର୍ଯ୍ୟଳୟ ସମ୍ୱନ୍ଧୀୟ ଅଭିଯୋଗ ଲିପିବନ୍ଧ କରିବା ସହିତ ଦରଖାସ୍ତ ଆହ୍ୱାନ କରିଥିଲେ। ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ତରଫରୁ ଅୟୋଜିତ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମରେ ସେକ୍ସନ ଅଧିକାରୀ ଶ୍ରୀ ଅଶୋକ କୁମାର ପାତ୍ରଙ୍କ ତତ୍ୱାବଧନରେ ଅନୁଷ୍ଠିତ ହୋଇ ସର୍ବମୋଟ ୪୬ ଗୋଟି ଆବେଦନ ପଞ୍ଜିକୃତ ହୋଇଥିବା ବେଳେ ଦୀର୍ଘଦିନ ଧରି ପ୍ରାୟ ୫୦ବର୍ଷ ହେବ ଭୁବନ୍ଦୋବସ୍ତ ସେଟେଲମେଣ୍ଟ ନହେବା ଯୋଗୁଁ କୌଣସି ଜମିଜମା ସମ୍ପର୍କିତ ଅଭିଯୋଗ ଆସିଥିବା ବେଳେ ମୁଟେସନ -୪, ଗ୍ରାମକଣ୍ଟ-୩, ପ୍ରମାଣପତ୍ର୩୧, ସହିତ ପୂର୍ବପ୍ରସ୍ତୁତ ୮ଗୋଟି ପତାବଣ୍ଟନ କରାଯାଇଥିଲା। ସୁପରଭାଇଜର ଲଷ୍ମୀନାରାୟଣ ପାତ୍ର, କଙ୍କୋରଡା ରାଜସ୍ୱ ନିରିକ୍ଷକ ମୋହନ ପ୍ରଧାନ, ପୁଷ୍ପାଞ୍ଜଳି ମଲ୍ଲିକ, ବିଭୁପ୍ରସାଦ ଭୁୟାଙ୍କ ସହ ସମସ୍ତ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ। ସେହିକ୍ରମରେ ପଞ୍ଚାୟତ ସମିତି ସାନଖେମୁଣ୍ଡି ଦ୍ୱାରା ଅୟୋଜିତ ମୋ ନିବେଦନ କାର୍ଯ୍ୟକ୍ରମ ଦ୍ୱାରା ବିଭିନ୍ନ ବିଭାଗ ଦ୍ଵାରା ୮୦୪ ଆବେଦନ ପଞ୍ଜିକରଣ ହେବା ଜଣାଯାଇଅଛି। ଅଧିକାଂଶ ଆବେଦନ ଆବାସ ଯୋଜନା , ଖାଦ୍ୟସୁରକ୍ଷା, ସାମାଜିକ ଭତ୍ତା ସହିତ ମୋ ପାଇଖାନା ସହିତ ଆବେଦନ ଆବେଦନ ଥିବା ଜଣାଯାଇଅଛି। ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ତତ୍ୱାବଧନରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀ ପ୍ରଭାକର ପାଣିଗ୍ରାହୀ, କଉଡ଼ିଆ ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ, ଅମିନ ପ୍ରଧାନ, ପ୍ରତାପ ପ୍ରଧାନ ପ୍ରମୁଖଙ୍କ ସହ ସମଷ୍ଟ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।