କେନ୍ଦୁଝର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟର ୨୨ ଟି ଜିଲ୍ଲାରେ ୫୫ ଟି ବ୍ଲକସ୍ତରୀୟ ଅତ୍ୟାଧୁନିକ ବସଷ୍ଟାଣ୍ଡର ଶିଳାନ୍ୟାସ ହୋଇଥିବା ବେଳେ ସେ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ୯ ଟି ବ୍ଲକସ୍ତରୀୟ ଅତ୍ୟାଧୁନିକ ବସଷ୍ଟାଣ୍ଡର ଶିଳାନ୍ୟାସ ହୋଇଛି । ଗୁରୁବାର ସଂଧ୍ୟାରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିବା ସହିତ ଉଦ୍ବୋଧନ ଛଳରେ ଏହା ରାଜ୍ୟର ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ୍ ଷ୍ଟୋନ ହେବ ବୋଲି କହିଥିଲେ । ତାଙ୍କ ସରକାର ଗ୍ରାମାଚଂଳ ଯୋଗାଯୋଗ କ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି । ଏବଂ ୨୨ ଟି ଜିଲ୍ଲାର ୫୫ ଟି ଅତ୍ୟାଧୁନିକ ବସଷ୍ଟାଣ୍ଡର ଶିଳାନ୍ୟାସ ଯୋଗାଯୋଗ କ୍ଷେତ୍ରରେ ସଠିକ୍ ବିନିଯୋଗ ଦିଗରେ ଉଲ୍ଲେଖନୀୟ ପଦେକ୍ଷପ । ପରିବହନ ବିଭାଗର ସମନ୍ୱୟ ଏବଂ ଓଡିଶା ରାଜ୍ୟ ପରିବହନ ନିଗମର କ୍ରିୟାଶୀଳତା ପାଇଁ ରାଜ୍ୟରେ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଉପରୋକ୍ତ ବସଷ୍ଟାଣ୍ଡ ମାନଙ୍କର ନିର୍ମାଣ ଫଳରେ ରାଜ୍ୟର ଗ୍ରାମାଚଂଳ ଲୋକମାନଙ୍କୁ ଯୋଗା ଯୋଗ କ୍ଷେତ୍ରରେ ଉନ୍ନତ ଭିତିଭୁମି ସହିତ ଯୋଡିବାରେ ସହାୟକ ହେବ । ଏବଂ ଏହାଦ୍ୱାରା ସାଧାରଣ ଅନେକ କ୍ଷେତ୍ରରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାର ୯ ଟି ବ୍ଳକ ସ୍ତରରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ମାନଙ୍କ ମଧ୍ୟରେ ଆନନ୍ଦପୁର, ଘଷିପୁରା, ଘଟଗାଁ, ପାଟଣା, ସାହାରପଡା, ହରିଚନ୍ଦନପୁର, ତେଲକୋଇ, ବାଂଶପାଳ ଓ ଝୁମ୍ପୁରା ବ୍ଳକ ରହିଛି । ଏହି ବ୍ଳକ ମାନଙ୍କର ସଦର ମହକୁମାରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହେବ । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, ଆନନ୍ଦପୁର ବିଧାୟକ ମାୟାଧର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ କମଳିନୀ ପାତ୍ର, ଜିଲ୍ଲାପାଳ ଆଶିଷ ଠାକରେ, ଆଚଂଳିକ ପରିବହନ ଅଧିକାରୀ ନିର୍ମଳ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ପ୍ର୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାର ଇ ଗଭର୍ଣ୍ଣାନସ୍ ମ୍ୟାନେଜର ଭାଲେଟିଂନା ପୋଥାଳ ଏବଂ ଓସ ୱାନର କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।