ପଟ୍ଟାମୁଣ୍ଡାଇ, ରାଜ୍ୟରେ ଶୀତର ପ୍ରକୋପ ଜାରୀ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ଜମିଛି । ହଜାର ହଜାର ସଂଖ୍ୟାରେ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ଆଗମନ ହୋଇଛି । ଏହି ଆଗନ୍ତୁକ ପକ୍ଷୀ ମାନେ ଦଳ ଦଳ ହୋଇ ସାତଭାୟା ଅଂଚଳର ବିସ୍ତୀର୍ଣ୍ଣ ଆଦ୍ରଭୂମି, ଐତିହାସିକ ବରୁଣେଇ ମୁହାଣ, ଚିଂଚିରି ମୁହାଣ, ରାଇପାଟିଆ, ଗୁପ୍ତି ଘାଟ ପ୍ରଭୃତି ସ୍ଥାନରେ ବୁଲୁଥିବା ଓ ବସୁଥିବା ଦେଖିବାକୁ ମିଳୁଛି । ପକ୍ଷୀଙ୍କ କଳରବରେ ପୁଣି ଥରେ ଭିତରକନିକା ପୁରି ଉଠିଛି । ସଞ୍ଜ ନଇଁଲେ ଏହି ପକ୍ଷୀମାନେ ଘଂଚ ହେନ୍ତାଳ ବଣରେ ବିଶ୍ରାମ ନେଉଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଏହାର ମଜା ନେଉଛନ୍ତି ।
ଅନ୍ୟପକ୍ଷରେ ଏହି ଋତୁରେ ଶିକାରୀ ମାନେ ସକ୍ରିୟ ରହୁଥିବାରୁ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି ।