ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧିନସ୍ଥ ଜିଲ୍ଲା ପରିଷଦ ଜୋନ୍ ୨ ର ତେଲେରାଇ ପଞ୍ଚାୟତ ଏମପିଭି ୧୦୭ ଓ ଟିଗଲ ପଞ୍ଚାୟତ ଠାରେ ବରିଷ୍ଠ ବିଜେଡି କର୍ମକର୍ତାଙ୍କୁ ନେଇ ଆଜି ମାଲକାନଗିରି ବିଜୁ ଜନତା ଦଳ ତରଫରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ମାଲକାନଗିରି ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ରଘୁରାମ ମାଛା, ବିଜେଡି ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, କାଲିମେଳା ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, ଜୋନ୍ ୨ ର ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ପଣ୍ଡା, ଜୋନ୍ ୨ର ସଭାପତି କାର୍ତ୍ତିକ ଦେବନାଥ, ବିଜେଡି ଯୁବ ନେତା ସୁରେନ୍ଦ୍ର ବିମେଲ, କାଲିମେଳା ବ୍ଲକ ବିଜେଡିର ଉପସଭାପତି ପ୍ରଦୀପ ମଣ୍ଡଳ, ଛାତ୍ର ସଭାପତି ଭିକି ଵାଲା ଯୋଗଦେଇ ଜୋନ୍ ୱାର୍ଡ କମିଟି କିଭଳି ଚାଲିଛି ସେ ନେଇ ସମୀକ୍ଷା କରିଥିଲେ । ମହିଳା, ଯୁବ ଓ ଛାତ୍ର ସଂଗଠନ ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଦଳୀୟ ପାର୍ଥୀ କିଭଳି ବହୁଳ ଭୋଟ୍ ରେ ବିଜୟ ଲାଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଏବଂ ଆଗାମୀ ନିର୍ବାଚନ ରଣ କୌଶଳ ଉପରେ ମାନସ ମାଡକାମୀ ଓ ମାଲକାନଗିରି ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ରଘୁରାମ ମାଛା ବୁଝାଇଲେ । ଜିଲ୍ଲା ପରିଷଦ ଜୋନ୍ ୨ ର ୭ ଟି ପଞ୍ଚାୟତ କମିଟି ଉପରେ ସମୀକ୍ଷା କରିବା ସହ ୱାର୍ଡ, ବୁଥ୍ ଓ ପାର୍ଥୀ ଚୟନ ଉପରେ ଯୋଜନା ପ୍ରସ୍ତୁତ କରାଯିବ ଓ ସପ୍ତାହ ଧରି ସମସ୍ତ ପଞ୍ଚାୟତରେ ସମସ୍ତ ସକ୍ରିୟ ବିଜେଡି କର୍ମକର୍ତ୍ତା ମାନେ ୱାର୍ଡ ୱାର୍ଡ ବୁଲି ବୈଠକ କରିବେ । ହାଉସ୍ ଟେଗିଙ୍ଗ୍ ର ସମୀକ୍ଷା କରିବା ସହ ଭୋଟରଙ୍କ କଥା ବୁଝିବେ ।
ଆଜିର ଏହି ବୈଠକରେ ବିଜେଡି ପଞ୍ଚାୟତ ସଭାପତି ବିଷ୍ଣୁପଦ ମଣ୍ଡଳ, କାଲିମେଳା ବ୍ଲକ ମହିଳା ସଭାନେତ୍ରୀ ବର୍ଣ୍ଣାଳୀ କୀର୍ତନିଆ, ଶିବ ସରକାର, ଉମେଶ ଦାସ, ବିଶ୍ୱଜିତ ଵାଲା, ପଞ୍ଚୁ କୀର୍ତନିଆ, ପ୍ରେମାନନ୍ଦ ବାଚାର, ନିମାଇଁ ରଞ୍ଜନ ହଜଦାର, ଶକୁନ୍ତଳା ବାଦାମୀ, ମାଲକାନଗିରି ଜିଲ୍ଲା ବିଜେଡିର ସକ୍ରିୟ କର୍ମୀ କେ. ରାହୁଲ, ଲଷ୍ମୀକାନ୍ତ ପୂଜାରୀ, ରାଜ ନାୟକ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।