
-
ପୋଲିସର ତଦନ୍ତ ଆରମ୍ଭ
ସମ୍ବଲପୁର, ଶୁକ୍ରବାର ସକାଳେ ଯୁଯୁମୁରା ଥାନା ଅନ୍ତର୍ଗତ ଚାମୁଣ୍ଡା ପଞ୍ଚାୟତ କୁଶାମରା ଛକରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ପୂର୍ବରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହ ଆଖପାଖ ଅଞ୍ଚଳରେ ପଡ଼ିଥିବା ରକ୍ତଛିଟା, ପାରିପାର୍ଶ୍ବିକ ଅବସ୍ଥାର ନମୁନା ସଂଗ୍ରହ କରିଛି । ତେବେ ହସ୍ତଗତ ଖବର ଅନୁଯାୟୀ, ମୃତକ ଜଣକର କୈାଣସି ସଠିକ୍ ପରିଚୟ ମିଳିନଥିବା ବେଳେ ୩୦ରୁ ୪୦ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ପ୍ୟାଣ୍ଟ୍ ସାର୍ଟ ପିନ୍ଧିଥିବା ଦେଖା ଯାଇଛି । ତେବେ କେଉଁ ପରିସ୍ଥିତିରେ କାହାସହ ଶତୃତା ଘଟି ଏହି ଅଘଟଣ ଘଟିଛି ସେନେଇ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି । ସଦ୍ୟତମ ସୂଚନାନୁଯାୟୀ ମୃତକଙ୍କ ଶବ ବ୍ୟବଛେଦ ପାଇଁ ପୋଲିସ ବୁର୍ଲା ପଠାଇବା ବ୍ୟବସ୍ଥା କରୁଥିବା ପ୍ରକାଶ ।