
ପୂଷ୍ୟା ନକ୍ଷତ୍ର ଅବସରରେ ଗୁରୁବାର ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ କୁନି କୁନି ପିଲାଙ୍କୁ ସ୍ବର୍ଣ୍ଣଭସ୍ମ ପ୍ରସ୍ତୃତ କରାଯାଇ ଖାଇବାକୁ ଦିଆଯାଇଛି। ଜନ୍ମ ଠାରୂ ୧୬ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କୁ ଏହି ସ୍ବର୍ଣ୍ଣଭସ୍ମ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଜାଦିକି ଅମୃତ ମହୋତ୍ସବ ଅଵସରରେ ଗୋପବନ୍ଧୁ ଆୟୃବେଦ ମହାବିଦ୍ୟାଳୟ ର ଶିଶୁ ବିଭାଗ ଓ ଡାବର ତରଫରୁ ମିଳିତ ଉଦ୍ୟମରେ ସ୍ବତନ୍ତ୍ର ଭାବରେ ପ୍ରସ୍ତୃତ କରାଯାଇଛି। କୁନି ପିଲାଙ୍କ ଦୁଇ ଟୋପା ଓ ବଡପିଲାଙ୍କୁ ୬ଟୋପା ପ୍ରଦାନ କରାଯାଇଛି। ପିଲାଙ୍କ ସ୍ମରଣଶକ୍ତି ବଢାଇବା, ମସ୍ତିଷ୍କ ପାଓ୍ବର ବଢାଇବା, ମାନସିକ ଓ ଶାରୀରିକ ବିକାଶ କ୍ଷେତ୍ରରେ ଏହି ସ୍ବର୍ଣ୍ଣଭସ୍ମ ଅତ୍ୟନ୍ତ କାର୍ଯକ୍ଷମ କରିବ ବୋଲି ଆୟୁର୍ବେଦ ପ୍ରଫେସର ଦେବ ପ୍ରସାଦ ଦାଶ କହିଛନ୍ତି। ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ଚକ୍ରଧର ମହାପାତ୍ର, ଆଦିତ୍ୟ ହୃଦୟ ମିଶ୍ର ସଭାପତି ମୁକ୍ତିମଣ୍ଡପ ପଣ୍ଡିତ ସଭା, ସ୍ବାମୀ ବ୍ରହ୍ମନିଷ୍ଟାନନ୍ଦ ସରସ୍ବତୀ, ଉତ୍ତରକାଶୀ, ଚିଦାନନ୍ଦ ଆଶ୍ରମ, ମଧୁସୂଦନ ମିଶ୍ର, ଯୁଗ ସମ୍ପାଦକ ସେଣ୍ଟ ଜୋନ ଆମ୍ବୁଲାନ୍ସ, ଡାକ୍ତର ଦେବ ପ୍ରସାଦ ଦାସ, ଡାକ୍ତର ସୁଦର୍ଶନ ବେହେରା, ଅଧ୍ୟକ୍ଷ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ବାଇଟ ପ୍ରଫେସର ଦେବ ପ୍ରସାଦ ଦାଶ, ପୂର୍ବତନ ପ୍ରଫେସର ଗୋପବନ୍ଧୁ ଆୟୃବେଦ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଅନେକ ପ୍ରଫେସର ଓ ଡାକ୍ତର ଯୋଗଦାନ କରିଥିଲେ।