
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଷ୍ଟାମ୍ପ ପେପର ଅଭାବ ଓ କଳାବଜାରୀ ନେଇ ଅତିରିକ୍ତ ଜିଲ୍ଲାପାଳ ସୁଭାସ ଚନ୍ଦ୍ର ନାଥଶର୍ମାଙ୍କୁ ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ |ସଂଘ ଅଭିଯୋଗ କରିଅଛି ଯେ
ପୁରୀ କୋର୍ଟ ପରିସରରେ ଷ୍ଟାମ୍ପ ଭେଣ୍ଡର ମାନେ ଷ୍ଟାମ୍ପ ପେପର ଚଢା ଦରରେ ଵିକୁଛନ୍ତି ଯାଦ୍ୱାରା ସାଧାରଣ ଲୋକ ହୁଅନ୍ତୁ କି ସ୍କୁଲ କଲେଜ ଛାତ୍ରଛାତ୍ରୀ ହୁଅନ୍ତୁ ସେମାନେ ଦଶ ଟଙ୍କା ର ପେପର କୁ ତିନି ଗୁଣାରୁ ଚାରୀ ଗୁଣା ଅଧିକ ଦାମ ଦେଈ କିଣୁଛନ୍ତି ଏଥିପାଇଁ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଅତିରିକ୍ତ ଜିଲ୍ଳାପାଳ(ରାଜସ୍ବ) ସୁବାସ ଚନ୍ଦ୍ର ନାଥଶର୍ମା ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଏବଂ ଷ୍ଟାମ୍ପ ପେପର କଳାବଜାରୀ ରୋକିବା ପାଇଁ ସଂଘ ନିବେଦନ କରିଛି |
ଉକ୍ତ ଦାବୀ ପ୍ରଦାନ ସମୟରେ ଯୁବ ଅଧିବକ୍ତା ସଂଘର ସଭାପତି ବିଶ୍ୱଜିତ ପ୍ରଧାନ, ଆବାହକ ଅନିଲ କୁମାର ସାହୁ, ସୁଭାଶିଷ ମହାନ୍ତି, ଦେବାଶିଷ ଦାଶ, ସୁରେଶ ମହାପାତ୍ର, ରଘୁନାଥ ପଟ୍ଟନାୟକ, ଭାଗବତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |