
ଭୁୁବନେଶ୍ୱର, ରାଜ୍ୟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଆକ୍ରାନ୍ତ ଦ୍ୱୟ ନାବାଳିକା ୧୧ ଓ ୧୫ ବର୍ଷର । ସେମାନେ ଦୁଇ ଭଉଣୀ । ଗତ ୧୩ ତାରିଖରେ ସେମାନେ ବାପାମା’ଙ୍କ ସହିତ ନାଇଜେରିଆରୁ ଫେରିଥିଲେ । ତେବେ ସେମାନଙ୍କ ବାପାମା’ଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।
ରାଜ୍ୟରେ ଗତ ୨୧ ତାରିଖରେ ପୂର୍ବରୁ ଚିହ୍ନଟ ୨ ଓମିକ୍ରନ ଆକ୍ରାନ୍ତ ଯଥାକ୍ରମେ ନାଇଜେରିଆ ଓ କତାରରୁ ଫେରିଥିଲେ । ରାଜ୍ୟରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ଏବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ଟେଷ୍ଟିଂକୁ ବଢ଼ାଯିବା ସହ ଟିକାକରଣକୁ ଜୋରଦାର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।