ନୂଆପଡ଼ା, ନୂଆପଡା ଜିଲ୍ଲା ଖଡିଆଳ ସହରରେ ବୁଲା ଗାଈଗୋରୁ ଏବଂ କୁକୁରଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ବହୁ ମୂଲ୍ୟବାନ ଜୀବନ ଚାଲି ଯାଉଥିବା ଦେଖିବାକୁ ମିଳିଛି । ତଥାପି ସହରରେ କାର୍ଯ୍ୟରତ ବିଜ୍ଞାପିତ ଅଂଚଳ ପରିଷଦ ଦୃଷ୍ଟି ଦେଉନାହିଁ । ଫଳରେ ସହରରେ ଦିନକୁ ଦିନ ଗାଈଗୋରୁ, କୁକୁରଙ୍କ କମିବା ବଦଳରେ ବଢିବାରେ ଲାଗୁଥିବା ଅଭିଯୋଗ ହେଉଛି । ଜିଲ୍ଲାର ପ୍ରମୁଖ ସହର ଖଡିଆଳ ହୋଇଥିବା ବେଳେ ଏଠାରେ ପ୍ରତିଦିନ ଶହ ଶହ ଲୋକଙ୍କ ଯାତାୟତ ଲାଗି ରହିଥାଏ । ଏହା ସହ ଏହି ସହର ମଧ୍ୟଦେଇ ରାୟପୁର-ଗୋପାଳପୁର ୩୫୩ ନଂ ଜାତୀୟ ରାଜପଥ ଯାଇଥିବାରୁ ଶହ ଶହ ସଂଖ୍ୟାରେ ଭାରୀଯାନ ଯିବାଆସିବା କରିଥାଏ । କିନ୍ତୁ ସହରର ଆମ୍ବେଦକର ଛକରୁ ଆରମ୍ଭ କରି ଥାନା ଛକ, ଗୁରୁନାନକ ବ୍ଲକ, ବ୍ଲକ ଛକ, ବୋଡେନ ବ୍ଲକ, ମିଶନ ଛକ ମାନଙ୍କରେ ବୁଲା ଗାଈଗୋରୁ ରାଜ୍ୟରେ ଶୋଇ ରହୁଥିବାରୁ ଅନେକ ସମୟରେ ବାଟୋଇଙ୍କୁ ଅସୁବିଧା ହେଉଛି । ଏହାସହ ଏମାନଙ୍କ ଦୌରାମ୍ୟ ଯୋଗୁଁ ଦୁର୍ଘଟଣାମାନ ଘଟୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏନେଇ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ ଏକ କାଞ୍ଜି ହାଉସ ନିର୍ମାଣ କରିଥିବା ବେଳେ ଏହି କାଞ୍ଜି ହାଉସ ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସହରରେ ବର୍ଷ ବର୍ଷ ଧରି ଚୁଲା ଗାଈ ଗୋରୁଙ୍କୁ ଆକଟ କରି ବିଜ୍ଞାପିତ ଅଂଚଳ ପରିଷଦ କାଞ୍ଜି ହାଉସରେ ରଖିବା କଥା । କିନ୍ତୁ ତାହା କାର୍ଯ୍ୟକାରୀ ହେଇନଥିବା ବେଳେ ବୁଲା ଗାଈଗୋରୁ ସଂଖ୍ୟା କମିବା ବଦଳରେ ଦିନକୁ ଦିନ ବଢ଼ିବାରେ କରିଛି । ଜିଲ୍ଲା ପ୍ରଶାସନ ସୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।
Related Stories
November 22, 2024