ନୂଆପଡ଼ା, ନୂଆପଡ଼ା ଜିଲ୍ଲାରେ ପ୍ରାଚୀନ ଖେଳ ଗୁଡିକ ଦିନକୁ ଦିନ ଲୋପ ପାଇବାରେ ଲାଗିଛି । ଦିନ ଥିଲା ଏହି ପ୍ରାଚୀନ ଖେଳ ନେଇ ଗ୍ରାମର ମହିଳା ମାନେ ସମୟ ଅତିବାହିତ କରୁଥିବା ବେଳେ ଗ୍ରୀଷ୍ମ ଚାରିମାସ ଏହି ଖେଳ ଖେଲିବାକୁ ଅଧିକ ପସନ୍ଦ କରିଥାନ୍ତି । ଗ୍ରୀଷ୍ମ ଋତୁରେ ଗ୍ରାମାଂଚଳରେ ମହିଳାଙ୍କ ସମୟ ଅତିବାହିତ କରିବାକୁ କୌଣସି ବ୍ୟବସ୍ଥା ରହିନଥାଏ । ଏଣୁ ଗ୍ରାମାଂଚଳର ମହିଲା ମାନେ ଏକତ୍ର ଗୋଇ ନିଜ ଗୃହରେ ମାତ୍ର ଦୁଇ ତିନି ଜଣ ମହିଳା ଖେଳ ଖେଳି ପ୍ରଚଣ୍ଡ ତାତିରୁ ମୁକ୍ତ ହୋଇ ସମୟ ବିତାଇଥାନ୍ତି । କସାତି ନାମକ ଏକ ଖେଳକୁ ନେଇ ଗ୍ରାମାଂଚଳର ଘରେ ଘରେ ପରିଚିତ ଅଟେ । ଏହି ଖେଳ ପାଇଁ ଆବଶ୍ୟକ ପଡିଥାଏ ଏକ କାଠ । କାଠ ଉପରେ ମୋଟ ୧୪ ଗୋଟି ଗାତ ଖୋଲାଯାଇଥାଏ । ଗୋଟିଏ ପଟେ ୬ ଗୋଟି ଗାତ ରହିଥିବା ବେଳେ ଅନ୍ୟ ପକ୍ଷେ | ୬ ଗୋଟି ଗାତ ରହିଥାଏ ଏବଂ ମଧ୍ୟସ୍ଥଳୀରେ ୨ ଗୋଟି ଗାତ ଖୋଲାଯାଇଥାଏ । ଏହିଗାତ ଉପରେ ଗୋଟି କିମ୍ବା କଷାତି ଆବଶ୍ୟକ ପଡିଥାଏ । ଗ୍ରାମାଂଚଳରେ ମହିଳାମାନେ ନିଜେ ତେନ୍ତୁଲିରୁ ମଞ୍ଜି ବାହାର କରି ଏହି ଖେଳ ପାଇଁ କଷାତି ପ୍ରସ୍ତୁତ କରିଥାନ୍ତି । ଦୁଇ ଜଣ ଖେଲାଲି ମୋଟ ୧୪ ଗୋଟି ଗାତକୁ ନେଇ ନିଜ ଗୋଟି ଚାଳନା କରି ବିଜୟ ନିର୍ଣ୍ଣୟ ହୋଇଥାଏ । ଖେଲକୁ ଉପଭୋଗ କରିବା ପାଇଁ ଦେଖଣାହାରୀ ମାନେ ଏହାର ମଜା ନେଇଥାନ୍ତି । ହେଲେ ଗ୍ରାମାଂଚଳରେ ବେଶ ସକ୍ରିୟଥିବା ଏହି ଖେଲ ସହ ଅନ୍ୟାନ୍ୟ ଖେଲ ସବୁଦିନକୁ ଦିନ ଲୋକ ପାଇବାରେ ବସିଛି ।