ପୁରୀ, ଷ୍ଟାମ୍ପ ପେପର ଅଭାବ ଓ କଳାବଜାରୀ ନେଇ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥଶର୍ମାଙ୍କୁ ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ।ପୁରୀ କୋର୍ଟ ପରିସରରେ ଷ୍ଟାମ୍ପ ଭେଣ୍ଡର ମାନେ ଷ୍ଟାମ୍ପ ପେପର ଚଢା ଦରରେ ଵିକୁଛନ୍ତି । ଯାହା ଦ୍ୱାରା ସାଧାରଣ ଲୋକ ହୁଅନ୍ତୁ କି ସ୍କୁଲ କଲେଜେ ଛାତ୍ରଛାତ୍ରୀ ହୁଅନ୍ତୁ ସେମାନେ ଦଶ ଟଙ୍କାର ପେପରକୁ ତିନି ଗୁଣା ଚାରି ଗୁଣା ଅଧିକ ଦାମ ଦେଇ କିଣୁଛନ୍ତି । ଏଥିପାଇଁ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଅତିରିକ୍ତ ଜିଲ୍ଳାପାଳ (ରାଜସ୍ବ) ସୁବାସ ଚନ୍ଦ୍ର ନାଥଶର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଷ୍ଟାମ୍ପ ପେପର କଳାବଜାରୀ ରୋକିବା ପାଇଁ ନିବେଦନ କରିଛନ୍ତି ।
ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ଯୁବ ଅଧିବକ୍ତା ସଂଘର ସଭାପତି ବିଶ୍ୱଜିତ ପ୍ରଧାନ, ଆବାହକ ଅନିଲ କୁମାର ସାହୁ, ସୁଭାଶିଷ ମହାନ୍ତି, ଦେବାଶିଷ ଦାଶ, ସୁରେଶ ମହାପାତ୍ର, ରଘୁନାଥ ପଟ୍ଟନାୟକ, ଭାଗବତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।