
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବୁଧବାର ଦିନ ସ୍ଥାନୀୟ ଘୋଡ଼ା ବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ମହାକାଶ ପ୍ରୟୋଗ କେନ୍ଦ୍ରର ବିଶିଷ୍ଟ ଗଣିତଜ୍ଞ ଶ୍ରୀଯୁକ୍ତ ସରୋଜ କୁମାର ମହାନ୍ତି, ଜିଲ୍ଲା ଵିଜ୍ଞାନ ସୁପର ଭାଇଜର ଶ୍ରୀଯୁକ୍ତ ସନ୍ତୋଷ କୁମାର ଚୌଧୁରୀ,ଶିକ୍ଷାବିତ ଶ୍ରୀଯୁକ୍ତ ଅବନିଶ ରଥ , ଦେବସ୍ମିତା ମହାପାତ୍ର, ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସ୍ୱାଇଁ ଉପସ୍ଥିତ ରହି ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଙ୍କ ଫଟୋଚିତ୍ର ରେ ପୁଷ୍ପ ଅର୍ପଣ କରିବା ସହିତ ଗଣିତର ବିଭିନ୍ନ ପ୍ରତିଯୋଗିତା – ପ୍ରଶଂମଞ୍ଚ, ପ୍ରକଳ୍ପ, ଫଟୋଚିତ୍ର ସଂଗ୍ରହ, ପୁସ୍ତକ ସଂଗ୍ରହ, ଆନୁମାନିକ ମାପ ,ନୂତନ ପ୍ରୟୋଗ ,ଗଣିତ ଖେଳ ଦୋକାନ, ପଣକିଆ, ପତ୍ରବାଚନ, କବିତା,ଝୋଟି ,ପତ୍ରିକା, ମେଳାରେ ୧ମ ରୁ ୧୦ମ ଶ୍ରେଣୀ ଶିଶୁ ସମେତ ଅଭିଭାବିକା ମାନଙ୍କର ଖାଦ୍ୟ ପ୍ରସ୍ତୁତି ଓ ଗାଣିତିକ ରଙ୍ଗୋଲି ଆଦି ରେ ପାଖାପାଖି ୫୦୦ ଜଣ ମଧ୍ୟରୁ ବିଜୟୀ ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରିଥିଲେ।
ଏହି ଅବସରରେ ଅକ୍ଟୋବର ୧୦ ତାରିଖରୁ ଗୁଜୁରାଟ ର ସୋମନାଥ ରୁ ଆରମ୍ଭ ହୋଇଥିବା ରାମାନୁଜନ ଅମୃତ ଭାରତ ଗଣିତ ଯାତ୍ରା, ପୁରୀ ଜିଲ୍ଲା ର ଘୋଡ଼ାବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୨୨/୧୨/୨୧ ଦିନ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ପ୍ରମୋଦ କୁମାର କର ଓ ପୁରୀ ଜିଲ୍ଲା ଗଣିତ ବିଶେଷଜ୍ଞ ଶ୍ରୀଯୁକ୍ତ ମାନସ ଚନ୍ଦ୍ର ମିଶ୍ର ଙ୍କ ଦ୍ଵାରା ସମାପନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପିଲା ମାନଙ୍କୁ ମଜାଳିଆ ଢଙ୍ଗରେ ଗଣିତ ଶିକ୍ଷଣ ଉପାୟ କହିବା ସହିତ ଶିଶୁ ମାନଙ୍କ ସମ୍ମୁଖରେ ଗାଣିତିକ କ୍ରିୟାକଳାପ ପ୍ରଦର୍ଶନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଶିଶୁ ମାନଙ୍କ ଦ୍ଵାରା ସାମୂହିକ ସଙ୍ଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସ୍ୱାଇଁ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ଭୂୟାଁ, ଉପସଭାପତି ଶ୍ରୀଯୁକ୍ତ ସ୍ୱାଧୀନ କୁମାର ପ୍ରଧାନ, ସମ୍ପାଦକ ଶ୍ରୀଯୁକ୍ତ ସୀମାଞ୍ଚଳ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବିକାଶ ଦାସ ସମେତ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର ଭାବେ ସମ୍ପାଦିତ କରିଥିଲେ।ଡ଼ଃ ବିଭୁ ପ୍ରସାଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।