
-
ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ
ଭୁବନେଶ୍ୱର, ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭବ ହେଉଛି । ରାଜ୍ୟର ୧୭ଟି ସ୍ଥାନର ତାପମାତ୍ରା ଦଶ ଡିଗ୍ରୀ ସେଂଟିଗ୍ରେଡରୁ କମ ଥିବା ରେକର୍ଡ କରାଯାଇଛି । ଫୁଲବାଣୀ ସହରରେ ସର୍ବାଧିକ ଥଣ୍ଡା ରେକର୍ଡ କରାଯାଇଛି । ଫୁଲବାଣୀରେ ୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଦାରିଙ୍ଗବାଡ଼ିରେ ୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆ ଯାଇଛି ।