
ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ କମ୍ୟୁନିଟିର ବଡ ଦାୟିତ୍ୱ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ଲୋକମାନେ ପରିସ୍ଥିତିକୁ ସହଜ ଭାବେ ନେବା ଉଚିତ ନୁହେଁ । ସମାଜର ଲୋକ ମାନଙ୍କୁ ଏଥି ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡିବ । ସମସ୍ତେ ସହଯୋଗର ହାତ ବଢ଼େଇଲେ ସଂକ୍ରମଣକୁ ରୋକିହେବ ।
ସେ କହିଛନ୍ତି ଯେ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ସର୍ଭିଲାନ୍ସ ଜାରି ରିହିଛି । ଲୋକମାନେ କୋଭିଡ ଅନୁକୂଳ ବ୍ୟବହାରକୁ ମାନିବା ଉଚିତ । ସଂକ୍ରମଣ ବଢାଇବାକୁ ସୁଯୋଗ ଦେବା ଉଚିତ ନୁହେଁ ।
ସେ କହିଛନ୍ତି ଯେ କେନ୍ଦ୍ର ସରକାର ସାଧାରଣ ମାର୍ଗଦର୍ଶିକା ଜାରି କରି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିରେ କୁହାଯାଇଛି ପଜିଟିଭ ରେଟ ୧୦ ପ୍ରତିଶତ ଓ ଅକ୍ସିଜେନ ବେଡ଼ ଯଦି ୪୦ ପ୍ରତିଶତ ଆବଶ୍ୟକ ହେଉଛି ତାହାଲେ କେଂଟନମେଂଟ ମେଜର ନେବାକୁ କହିଛନ୍ତି । ଆମେ ସେହି ଦିଗରେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି ।