
ଭୁବନେଶ୍ୱର, ଯାତ୍ରୀଙ୍କ ଦାବି ଅନୁଯାୟୀ, ପୂର୍ବତଟ ରେଳପଥ ଦେଇ ଏକ ଯୁଗଳ ସ୍ୱତନ୍ତ୍ର ସୁପରଫାଷ୍ଟ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କାମାକ୍ଷା -କୋଚୁଭେଲି-କାମାକ୍ଷା ସୁପର ଫାଷ୍ଟ ସ୍ୱତନ୍ତ୍ର ଟ୍ରେନ୍ ୦୫୬୬୯/୦୫୬୭୦ କାମାକ୍ଷା -କୋଚୁଭେଲି-କାମାକ୍ଷା ସୁପରଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ କାମାକ୍ଷାରୁ ୨୩ ଡିସେମ୍ବର ୨୦୨୧ ରୁ ୧୩ ଜାନୁୟାରୀ ୨୦୨୨ ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିପହର ୧୫୧୦ ଘଂଟାରେ ଛାଡିବ ଏବଂ କୋଚୁଭେଲି ଠାରୁ ୨୬ ଡିସେମ୍ବର ୨୦୨୧ ରୁ ୧୬ ଜାନୁୟାରୀ ୨୦୨୨ ମଧ୍ୟରେ ପ୍ରତ୍ୟେକ ରବିବାର ରାତ୍ରି ୨୦୦୦ ଘଂଟାରେ ଛାଡିବ । ଏହି ଟ୍ରେନ୍ ଉଭୟ ଦିଗରୁ ପୂର୍ବତଟ ରେଳପଥ ଅଧୀନରେ ଥିବା ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ଭିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁବାଡା ଷ୍ଟେସନ ଠାରେ ରହଣି କରିବ ।