
ବଲାଙ୍ଗିର, ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚୁଲିଫୁଙ୍କା ଗ୍ରାମରେ ଧାନ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡି ନଷ୍ଟ ହୋଇଛି । ଗ୍ରାମର ନୃପତି ବେହେରାଙ୍କ ଧାନଖଳାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ବଙ୍ଗୋମୁଣ୍ଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ସେତେବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । ପ୍ରାୟ ୧୦ ଏକର ଜମିରେ ହୋଇଥିବା ଧାନ ଫସଲକୁ କଟାଯାଇ ଖଳାକୁ ଅଣାଯାଇଥିଲା । ଏହାକୁ ଅମଳ ପାଇଁ ଖଳାରେ ରଖାଯାଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଥିବା ଜଣାପଡିଛି । ବଙ୍ଗୋମୁଣ୍ଡା ତହସିଲଦାର ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି ।