-
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଲେ ସୂଚନା
ଭୁବନେଶ୍ୱର, ଆଗକୁ ନୂଆ ବର୍ଷ ଆସୁଥିବାରୁ ଓମିକ୍ରନ ଭୟ ରହିଛି । ତେଣୁ ନୂଆବର୍ଷରେ ଯେପରି ଲୋକେ ବହୁମାତ୍ରାରେ ଏକାଠି ନହୁଅନ୍ତି, ଯେପରି ସଂକ୍ରମଣ ନ ବଢିବ ସେନେଇ ନୂଆବର୍ଷ ଗାଇଡଲାଇନ୍ ଆସିପାରେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।ସେ କହିଛନ୍ତି, ରାଜ୍ୟ ସରକାରଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କଟକଣା ବଢାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଯେ – ସ୍ଥିତି ଦେଖି କଟକଣା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି । ପଜିଟିଭ୍ ଓ ସିଟି ଭ୍ୟାଲୁ ଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ ହେବ । ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।