ନୂଆପଡ଼ା,ଆସୁଛି ପଞ୍ଚାୟତ ନିର୍ବାଚନ । ଭୋଟର ସଂଯୋଗୀକରଣ ଓ ସଚେତନତା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।ସ୍ବେଚ୍ଛାସେବୀ ଅନୁଷ୍ଠାନ ସବୁ ମଧ୍ୟ ଏନେଇ ଲୋକଙ୍କୁ ସଚେତନ କରିବାର ପ୍ରୟାସ କରୁଛନ୍ତି ।
ଏହି କ୍ରମରେ ଖଡ଼ିଆଳରେ ପଞ୍ଚାୟତ ନିର୍ବାଚନ ପାଇଁ ସଚେତନତା କାର୍ଯ୍ୟକ୍ରମ ଲୋକଙ୍କ ଅଧିକାର ଓ ସରକାରୀ କାର୍ଯ୍ୟକ୍ରମର ସୁଫଳତା ନିମନ୍ତେ ନୂଆଦିଲ୍ଲୀ ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ ହଙ୍ଗର ପ୍ରୋଜେକ୍ଟ । ନୂଆପଡ଼ା ଜିଲ୍ଲାର ସିନାପାଲି, ଖଡ଼ିଆଳ ଓ ବୋଡେ଼ନ ବ୍ଲକରେ କାର୍ଯ୍ୟ କରୁଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ କିପରି ଠିକ୍ ବ୍ୟକ୍ତିଙ୍କୁ ନିର୍ବାଚିତ କରିବେ ଓ ମହିଳା ମାନେ କିପରି ସଶକ୍ତିକରଣ ହୋଇପାରିବେ ସେନେଇ ଏହି ତିନି ବ୍ଲକର ବିଭିନ୍ନ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ।ଗାୟକ ନବୀନ ନାଗ ଓ ସାଥି ପାଲା ପରିବେଷଣ କରି ଭୋଟର ସଂଯୋଗୀକରଣ, ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା, ନିର୍ବାଚନୀ ପ୍ରଚାରର ନିୟମାବଳୀ, ମହିଳା ଅଂଶଗ୍ରହଣ ଆଦି ଉପରେ ଆଲୋଚନା କରୁଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଗାଁ ଗାଁ ରେ ରାଜନୈତିକ ଉଷ୍ମତା ।ଆଶାୟୀ ପ୍ରାର୍ଥୀ ମାନେ ଲୋକବଳ ସଂଗଠିତ କରିବାକୁ ଲାଗିଲେଣି । ହିସାବ କିତାବ ଆରମ୍ଭ ହୋଇଯାଇଛି । ରାଜନୈତିକ ଦଳ ଓ ଜନ ପ୍ରତିନିଧି ଗୋଟି ଚାଳନା ଆରମ୍ଭ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଠିକ୍ ଲୋକ ପ୍ରତିନିଧିଙ୍କୁ ନିର୍ବାଚିତ କରିବା ଭୋଟରଙ୍କ ପାଇଁ ଏକ ଆହ୍ୱାନ ସଦୃଶ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରିବା ହେଉଛି ଉପଯୁକ୍ତ ଜନ ପ୍ରତିନିଧିଙ୍କୁ ପଞ୍ଚାୟତ ନିର୍ବାଚନରେ ବାଛିବା । ଗଣତନ୍ତ୍ର ଶାସନର ପ୍ରଥମ ସ୍ତମ୍ଭ ଭାବରେ ଏହି ନିର୍ବାଚନକୁ ବିଚାର କରାଯାଏ । ଓଡିଶା ସରକାର ଏହି ନିର୍ବାଚନ ପାଇଁ ୫୦ ଭାଗ ସ୍ଥାନ ସଂରକ୍ଷଣ କରିଛନ୍ତି । ଏଣୁ ମହିଳା ମାନେ ସଂରକ୍ଷଣର ସୁବିଧା ସହ ଅନ୍ୟ ପଚାଶ ଭାଗ ଆସନରେ ମଧ୍ୟ ବହୁଳ ଭାବରେ ଅଂଶଗ୍ରହଣ କରିବାକୁ ଏହି କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଛି ।