
-
ଦୁଇ ଲକ୍ଷରୁ ଅଧିକ ମହିଳାଙ୍କ ବଡ଼ କାର୍ଯ୍ୟକ୍ରମରେ ଭାଗନେବେ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପ୍ରୟାଗରାଜ ଗସ୍ତ କରିବେ ଏବଂ ଦୁଇ ଲକ୍ଷରର ଅଧିକ ମହିଳାଙ୍କ ବଡ଼ କାର୍ଯ୍ୟକ୍ରମରେ ଭାଗ ନେବେ ।ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍ଓ) ସୋମବାର ଦିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୨୧ ଡିସେମ୍ବର ଦିନ ପ୍ରୟାଗରାଜ ଗସ୍ତ କରିବେ ଏବଂ ପାଖାପାଖି ମଧ୍ୟାହ୍ନ ଗୋଟାଏରେ ଏକ କାର୍ଯ୍ୟକ୍ରମରେ ଭାଗ ନେବେ, ଯେଉଁଥିରେ ଦୁଇ ଲକ୍ଷରର ଅଧିକ ମହିଳା ଉପସ୍ଥିତ ରହିବେ । କାର୍ଯ୍ୟକ୍ରମର ଆୟୋଜନ ମହିଳାଙ୍କୁ ବିଶେଷକରି ତଳସ୍ତରରେ ତାଙ୍କୁ ଜରୁରୀ କୌଶଳ, ପ୍ରୋତ୍ସାହନ ଏବଂ ସଂସାଧନ ଉପଲବ୍ଧ କରି ସଶକ୍ତ କରିବା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ କରାଯାଉଛି ।