ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ଆରଟିଓରେ କାର୍ଯ୍ୟରତ ଠିକା ଡାଟା ଏଂଟ୍ରି ଅପରେଟର(ଡିଇଓ) ନିୟମିତ ହେବେ । ଏସଂପର୍କିତ ଏକ ମାମଲାର ଶୁଣାଣି କରି ଏହି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶ ଭିତିରେ ଏବେ ବିଭିନ୍ନ ଆରଟିଓରେ କାମ କରୁଥିବା ପ୍ରାୟ ୩୫୦ ଡାଟା ଏଂଟ୍ରି ଅପରେଟର(ଡିଇଓ) ଉପକୃତ ହେବେ ।
ରାଜ୍ୟର ବିଭିନ୍ନ ଆରଟିଓରେ ପ୍ରାୟ ୩୫୦ ଡାଟା ଏଂଟ୍ରି ଅପରେଟର ଠିକାରେ କାମ କରୁଛନ୍ତି । ସେମାନଙ୍କୁ ଆରଟିଓରେ ନିୟମିତ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ବିଭିନ୍ନ ଆରଟିଓରେ ଠିକାରେ କାମ କରୁଥିବା ପ୍ରାୟ ୩୫୦ ଡାଟା ଏଂଟ୍ରି ଅପରେଟର ନିୟମିତ ହେବେ । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଆଉଟ ସୋର୍ସିଂରେ କାମ କରୁଥିବା ଅପରେଟରଙ୍କୁ ନିୟମିତ କରିବାକୁ ରାୟ ଶୁଣାଇଛନ୍ତି ହାଇକୋର୍ଟ ।