ଭୁବନେଶ୍ୱର, ଉଭୟ ବିଏସକେୱାଇ ଯୋଜନା ଏବଂ ସ୍ୱାସ୍ଥ୍ୟ ସ୍ମାର୍ଟ କେବଳ ନିର୍ବାଚନୀ ଧୂଆଁ ବାଣ ଏବଂ ବାସ୍ତବରେ ଏହି ଯୋଜନାରେ କୈାଣସି ଗରୀବ ରୋଗୀ ଲାଭାନ୍ୱିତ ହେବେ ନାହିଁ । ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ପଂଚାୟତ ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଯାଉଛି । ଏହି ସମୟରେ ହିତାଧିକାରୀମାନଙ୍କ ବ୍ୟାଂକ ଆକାଉଂଟକୁ ଟଙ୍କା ନ ପଠାଇ ଅଧିକାରୀମାନଙ୍କ ଜରିଆରେ ହିତାଧିକାରୀମାନଙ୍କ ହାତରେ ନଗଦ ଟଙ୍କା ପ୍ରଦାନ କରି ପଂଚାୟତ ନିର୍ବାଚନକୁ ପ୍ରଭାବିତ କରିବାର ହୀନ ପ୍ରୟାସ ଶାସକ ବିଜେଡି କରିଛି । କୋଭିଡ୍ ସହାୟତା ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଜୀବିକା ମିଶନରେ ପଠାଇଥିବା ପର୍ଯ୍ୟାପ୍ତ ପରିମାଣର ସହାୟତା ଟଙ୍କାକୁ ହଡପ୍ ଓ ଚଂଚକତା କରି ସେହି ଅର୍ଥକୁ ସଠିକ ସମୟରେ ନଦେଇ ବର୍ତମାନ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଆପାଣାଇବା ପାଇଁ ଦଳୀୟ ଭିତିରେ ଟଙ୍କା ବାଂଟୁଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ଆଗାମୀ ପଂଚାୟତ ନିର୍ବାଚନରେ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ଶାସକ ବିଜେଡି ସପକ୍ଷରେ ଓଡିଶାବାସି ଭୋଟ ଦେବେ ନାହିଁ ବୋଲି ଭଲ ଭାବେ ଜାଣିସାରିଛନ୍ତି । ତେଣୁ ନିର୍ବାଚନକୁ ପ୍ରଭାବିତ କରି ଭୋଟ ହାତେଇବା ପାଇଁ ଶାସକ ବିଜେଡି ନିର୍ବାଚନ ପୂର୍ବରୁ ଟଙ୍କା ବାଂଟିବାର ଉଦ୍ୟମ ଆରମ୍ଭ କରିଦେଇଛି । ଏପରିକି ପଂଚାୟତ ନିର୍ବାଚନ ଚାଲୁଥିବା ସମୟରେ ମଧ୍ୟ ଏହି ଟଙ୍କାକୁ ବଂଟନ କରି ଭୋଟ ହାତେଇବାର ଅତ୍ୟନ୍ତ ହୀନ ଷଡଯନ୍ତ୍ର ଶାସକ ବିଜେଡି ତରଫରୁ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।