ଭୁବନେଶ୍ୱର, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଡିସେମ୍ବର ୨୫କୁ ପ୍ରତି ବର୍ଷ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ବିଜେପି ତରଫରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ଉପଖଣ୍ଡ, ବ୍ଲକ ଏବଂ ପଂଚାୟତ ସ୍ତରରେ “ସୁଶାସନ ଦିବସ” ପାଳନ କରାଯିବ । ଏହି ଅବସରରେ ବିଜେପି କାର୍ଯ୍ୟକର୍ତାମାନେ ଗାଁ ଗାଁ ବୁଲି ମୋଦି ସରକାରଙ୍କ ସୁଶାସନ ଏବଂ ରାଜ୍ୟ ସରକାରଙ୍କ କୁଶାସନ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ସୁଶାସନ ଓ କେନ୍ଦ୍ର ରାଜ୍ୟ ସଂପର୍କ ବିଭାଗର ରାଜ୍ୟ ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି ।