ଘଟଗାଁ, ଆଗକୁ ଏକ୍ସ ମାସ୍ ଛୁଟି, ବଡ଼ଦିନ ପର୍ବ ଓ ଇଂରାଜୀ ନବବର୍ଷ -୨୦୨୨ ପଡୁଥିବାରୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦୁଝରର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ଆସନ୍ତା ୨୫, ୨୬, ୩୧ ଏବଂ ଜାନୁଆରୀ ମାସର ୧ ଓ ୨ ତାରିଖରେ ଭକ୍ତଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । କୋଭିଡ଼ ସଂକ୍ରମଣକୁ ଏଡାଇବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଜାରୀ କରିଛନ୍ତି ।
ଉକ୍ତ ଦିନ ମାନଙ୍କରେ ମନ୍ଦିର ପରିସରକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ । ମାତ୍ର ପୂର୍ବଭଳି ମାଙ୍କ ବେଶ, ନୀତିକାନ୍ତି, ସକାଳ ଆଳତୀ, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀ ଯଥାରୀତି ସମ୍ପାଦନ ହେବ ।