-
୨୯ରେ ବାଳକ ଏବଂ ବାଳିକା ଚେସ ପ୍ରତିଯୋଗିତା
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଜିଲ୍ଲା ଚେସ ସଂଘ ପୁରୀ ପକ୍ଷରୁ ସୋମବାର ଏକ ସାଧାରଣ ବୈଠକ ଦତ୍ତତୋଟାସ୍ଥିତ ବଚପନ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅଣ୍ଡର-୧୬ ବାଳକ ଏବଂ ବାଳିକା ମାନଙ୍କ ଦ୍ୱାରା ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରୁ ଉତ୍ତୀର୍ଣ୍ଣ ଉଭୟ ୪ ଜଣ ବାଳକ ଏବଂ ବାଳିକା ସର୍ବ ଭାରତୀୟ ଚେସ ପ୍ରତିଯୋଗିତାରେ ଭାଗ ନେବେ ବୋଲି ସମ୍ପାଦକ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।କୋଭିଡ ଏବଂ ଓମିକ୍ରନ୍ କୁ ଆଖି ଆଗରେ ରଖି ସମସ୍ତ ଖେଳାଳି ମାନେ ନିୟମ ମାନି ଖେଳିବେ । ଜାନୁଆରୀ ୮ ତାରିଖ ପୂର୍ବରୁ ଷ୍ଟେଟ୍ ସିଲେକସନ୍ ହେବ ବୋଲି ମତବ୍ୟକ୍ତ କରାଯାଇଛି । ଏହି ସଭାକାର୍ଯ୍ୟରେ ଉପସଭାପତି ସୁରେଶ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଦେବାଶିଷ ଦାସ, ଶୁଭଶ୍ରୀ ଦାସ, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ସିବାସ ଚନ୍ଦ୍ର ସାହୁ, ରଚିତା ଦାସ, ପ୍ରଜ୍ଞାପରମିତା ନନ୍ଦ, ସଭ୍ୟ ସ୍ୱାଧୀନ ମହାନ୍ତି, ଜଗନ୍ନାଥ ସିଂହାରୀ ପ୍ରମୁଖ ଉପସ୍ଥିତ ଥିଲେ ।