କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
୧୯୪୭ ଅଗଷ୍ଟ ୧୪ ମଧ୍ୟ ରାତ୍ରିରେ ଧର୍ମଭିତ୍ତିରେ ଭାରତ ବିଭାଜୀତ ହେଲା। ସେହି ସମୟରୁ ଭାରତ ହିନ୍ଦୁରାଷ୍ଟ୍ର ହୋଇସାରିଛି, ମାତ୍ର କେବଳ ସରକାରୀ ଘୋଷଣା ବାକି ରହିଛି। ସେହି ଘୋଷଣା ନିମନ୍ତେ ସର୍ବଭାରତୀୟ ହିନ୍ଦୁ ସଂଗଠନ ଦେବସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବ୍ରିଜଭୂଷଣ ସୈନୀ ଏଠାରେ ସୂଚନା ପ୍ରଦାନ କରିଛନ୍ତି। ରବିବାର ଦିନ ସ୍ଥାନୀୟ ଶରଧାବାଲିସ୍ଥ ରାଣୀସତୀ ଭବନ ରେ ସେନା ର ପ୍ରାଦେଶିକ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା। ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଘେନୁରାମ ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଶ୍ରୀ ସୈନୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ମଠାଧୀଶ ଡ: ବିଜୟ ନାରାୟଣ ରାମାନୁଜ ଦାସ ଉଦଘାଟକ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଜଗଜିତ୍ ଶର୍ମା, ଉତ୍ତରପ୍ରଦେଶ ର ସନ୍ଥ ପ୍ରକୋଷ୍ଠ ଅଧ୍ୟକ୍ଷ ଯୋଗେନ୍ଦ୍ର ଯୋଗୀ ଓ ଅଜୟ କୌଶିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ।ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦୁଇଶହ ରୁ ଉର୍ଦ୍ଧ୍ବ ପଦାଧିକାରୀ ଯୋଗଦାନ କରିଥିଲେ। ଦେବସେନା ର ପୁରୀଜିଲ୍ଲା ସଭାପତି ନାରାୟଣ ଦାଶ, ରାଜ୍ୟ ପ୍ରମୁଖ ମହାସଚିବ ପ୍ରକାଶ ଚନ୍ଦ୍ର ମିଶ୍ର, ମହାସଚିବ ସତ୍ୟବ୍ରତ ସାମଲ, ସଂଗଠନ ସଚିବ ଶରତଚନ୍ଦ୍ର ପରିଡ଼ା , କୋଷାଧ୍ୟକ୍ଷ ଅଜିତ ପାଣିଗ୍ରାହୀ, ରଂଜନ ସାମନ୍ତସିଂହାର ଏବଂ ମନୋରଞ୍ଜନ ଜେନା ପ୍ରମୁଖ ବୈଠକ ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ।
Related Stories
November 23, 2024