
ଗଞାମ ,ଦୈନିକ ଖବର କାଗଜ କ୍ରାନ୍ତିଧାରା ସ୍ୱନକ୍ଷେତ୍ର ଦିବସ ,ଡାଏମଣ୍ଡ ଜୁବୁଲି ଟାଉନ ହଲ ଠାରେ ପାଳିତ ହୋଇଯାଇଛି । କ୍ରାନ୍ତିଧାରାର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପ ପୂର୍ବତନ ବ୍ରହ୍ମପୁର ବିଧାୟକ ଡ଼ଃ ରମେଶ ଚନ୍ଦ୍ର
ଚ୍ଚାଉପଟ୍ଟନାୟକ ,ଜୀବନ ବିନ୍ଦୁ ର ସଂଯୋଜକ ସୁବାସ ମହାରଣା ,ମହାନ ସଂଘର ସଭାପତି ସୁଶାନ୍ତ ସାବତ ,ଏସଏମଆଇଟିର ସଭାପତି ଭଗବାନ ଗନ୍ତାୟତ,ସମାଜ ସେବୀ ସରିତା ପଣ୍ଡା ଯୋଗ ଦେଇଥିଲେ । କ୍ରାନ୍ତୀଧାରା ଦୈନିକ ଖବର କାଗଜ ପରିବାର ର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେଯୋଗଦେଇଥିଲେ ।
ସମ୍ମାନିତ କାର୍ଯ୍ୟକ୍ରମରେ ପ୍ରଥମେ ଡ଼ଃ ହରିଷ ଚନ୍ଦ୍ର ବେହେରା, ଅଧ୍ୟକ୍ଷ ,ଏସ ଏମ ଆଇ ଟି ଙ୍କୁ ସମ୍ମାନିତ କରାଯାଇଥିଲା । ପରେ ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଣ୍ଠଶିଳ୍ପୀ, କବି,କବୟିତ୍ରୀ ,ସାମ୍ବାଦିକ ଓ ସମାଜ ସେବୀଙ୍କୁ ପ୍ରଶଂସା ପତ୍ର ,ଫୁଲତୋଡା ସହ ଉପଢୌକନ ଦେଇ ସମ୍ମାନୀତ କରାଯାଇ ଥିଲା ।
କାର୍ଯ୍ୟକ୍ରମରେ ଗୁରୁ ଶିବରାମ ବାରିକଙ୍କ ଓଡିଶୀ ନୃତ୍ୟାୟନ ଅନୁଷ୍ଠାନର କଳାକାର ମାନେ ଓଡିଶୀ ,ଆଧୁନିକ ଓ ସମ୍ବଲପୁରି ନୃତ୍ୟ ପରିବେଷଣ କରିଥିଲେ । ସାମ୍ବାଦିକ ,କଣ୍ଠଶିଳ୍ପୀ ଓ ଉପସ୍ଥାପକ ସରୋଜ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରଥିବା ବେଳେ,ଗଞ୍ଜାମ ଜିଲ୍ଲା ର ଜିଲ୍ଲା ପ୍ରତିନିଧି ପ୍ରତିନିଧି ପ୍ରଦୀପ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।