
ହୋପ ଇଜ ଲାଇଫ ଚାରିଟେବଲ ଟ୍ରଷ୍ଟ ର ଚତୁର୍ଥ ବାର୍ଷିକ ଅଧିବେଶନ ଭୂଦାନ ନଗର ସ୍ଥିତ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ବୃଦ୍ଧାଶ୍ରମ ସହିତ ଅନ୍ୟାନ୍ୟ ସମସ୍ତ ସମାଜ ସଂସ୍କାର କାର୍ଯ୍ୟ ଆଗକୁ କିଭଳି ସଫଳତାର ସହିତ ତ୍ୱରାନ୍ୱିତ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା । ଭବିଷ୍ୟତରେ କିଭଳି ଅନ୍ୟାନ୍ୟ ସମାଜ ମଙ୍ଗଳ କାର୍ଯ୍ୟ କରାଯାଇ ପାରିବ ତାହା ଉପରେ ମଧ୍ୟ ସମସ୍ତଙ୍କର ମତାମତ ଲୋଡ଼ାଯାଇଥିଲା । ଏଥିସହିତ ହୋପ ଇଜ ଲାଇଫ ଅନୁଷ୍ଠାନର ବିଭିନ୍ନ ପଦ ପଦବୀ ପାଇଁ ମଧ୍ୟ ସଦସ୍ୟ ମାନଙ୍କୁ ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବରେ ପୁନର୍ବାର ସୁରେଶ ନନ୍ଦଙ୍କୁ ମନୋନୀତ କରାଯାଇଥିବା ବେଳେ ଗଦାଧର ସାହୁଙ୍କୁ ସମ୍ପାଦକ ଭାବରେ ଚୟନ କରାଗଲା । ଏଥି ସହିତ ଶଶିକଳା ନାୟକ, ରାମକୃଷ୍ଣ ପାତ୍ର ଓ ମନୋଜ ମହାନ୍ତିଙ୍କୁ ଉପ ସଭାପତି କରାଯାଇଥିବା ବେଳେ ରଜନୀ ପଟ୍ଟନାୟକ, ସଂଘମିତ୍ରା ସାହୁ ଓ ନିରଞ୍ଜନ ବେହେରାଙ୍କୁ ଯୁଗ୍ମ ସମ୍ପାଦକ ଭାବରେ ମନୋନୀତ କରାଗଲା । କୋଷାଧ୍ୟକ୍ଷ ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବରେ ସୁଶାନ୍ତ ମହାପାତ୍ର ଓ ନବକିଶୋର ସାହୁଙ୍କୁ ମନୋନୀତ କରାଗଲା । ଅନୁଷ୍ଠାନର ପ୍ରାୟ ୬୦ରୁ ଉର୍ଦ୍ଧ ସଦସ୍ୟ ତଥା ସଦସ୍ୟା ଏଥିରେ ଯୋଗ ଦେଇଥିଲେ ।